ବୌଦ୍ଧ, ୨୫ ଜୁଲାଇ (ହି.ସ.) - ବୌଦ୍ଧ ଜିଲା ଦେଇ ଯାଇଥିବା ରେଳଲାଇନ ଉପରେ ଘଟିଛି ପ୍ରଥମ ମୃତ୍ୟୁ କ୍ଷ ରେଳଲାଇନ ଉପରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ପୁରୁଣାପାଣି ଷ୍ଟେସନ ନିକଟ ସାନ ଡୁଙ୍ଗୁରିପାଲି ଓଭର ବ୍ରିଜ ତଳ ରେଳଧାରଣ ଉପରୁ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା - ବଲାଙ୍ଗୀର ରେଲୱେ ଲାଇନ ରେ ବୌଦ୍ଧ ଜିଲାରେ ଏହା ପ୍ରଥମ ମୃତ୍ୟୁ ଅଟେ । ବଲାଙ୍ଗୀର - ଖୋର୍ଦ୍ଧା ରେଲୱେ ଲାଇନ୍ ରେ ପ୍ରଥମ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି। ମନମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣାପାଣି ( ମନମୁଣ୍ଡା ) ରେଲୱେ ଷ୍ଟେସନ ପାଖ ସାନ ଡୁଙ୍ଗୁରିପାଲି ଓଭରବ୍ରିଜ ନିକଟ ରେଲୱେ ଲାଇନ୍ ରେ ଆଜି ସକାଳ ସମୟ ରେ ଜଣେ ଯୁବକ ମୃତ୍ୟୁ ଅବସ୍ଥା ରେ ପଡ଼ିଥିବା ଦେଖିବାକୁ ମିଳିଛି। ରେଳ ଚକରେ ତା ଗୋଡ଼ କଟି ଯାଇ ମରି ପଡ଼ିଥିବା ଦେଖିବାକୁ ମିଳିଛି। ମୃତକ ପୁରୁଣାପାଣି ଗ୍ରାମ ର ନରେନ୍ଦ୍ର ବେହେରା (୨୫) ବୋଲି ଜଣାଯାଇଛି। ଏହା ଆତ୍ମହତ୍ୟା ନା ହତ୍ୟା ଜଣା ପଡି ନାହିଁ। ଆଇ ଆଇ ସି ଅଞ୍ଜଳି ବିଶ୍ୱାଳଙ୍କ ନିର୍ଦ୍ଦେଶରେ ମନମୁଣ୍ଡା ପୁଲିସ ଏକ ଟିମ ଘଟଣା ସ୍ଥଳରେ ପହଂଚିଥିବାବେଳେ ବଲାଙ୍ଗୀର ଜି ଆର ପି ମଧ୍ୟ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ ପୂର୍ବକ ମନମୁଣ୍ଡା ଡାକ୍ତରଖାନା ରେ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଥିବା ଜାଣିବାକୁ ମିଳିଛି। ମୃତକ ର ବାଇକ୍ ଘଟଣା ସ୍ଥଳ ରୁ ପ୍ରାୟ ୧ କିମି ଦୂରରେ ରହିଥିବାର ଜାଣିବାକୁ ମିଳିଛି। ମୃତକ ବାପ ଛେଉଣ୍ଡ ଓ ସେ ମା ଙ୍କ ସହ ରହୁଥିଲେ ଏବଂ ପରିବାର ର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଏହି ଘଟଣା ରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଥାଉକି, କିଛି ଦିନ ତଳେ ଉକ୍ତ ରେଲୱେ ଲାଇନ୍ ପାଖରେ ଜଣେ ନାବାଳକ ରେଲୱେ ଲାଇନ୍ ରେ ଶୋଇ ଥିବାବେଳେ ତା ଉପରେ ଟ୍ରେନ ଯାଉଥିବା ଏକ ଷ୍ଟଂଟ ସାମାଜିକ ଗଣ ମାଧ୍ୟମ ରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଅଂଚଳରେ ପ୍ରଥମ ରେଲୱେ ହୋଇଥିବାରୁ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଅଛି ବୋଲି ବୁଦ୍ଧିଜୀବି ମହଲ ରେ ମତ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସମ୍ପତ କୁମାର ଅଗ୍ରୱାଲା