ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ପୂର୍ବ ବର୍ଷ ଅପେକ୍ଷା
ଚଳିତ ବର୍ଷ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ବର୍ଷ ଜଲଦି ମୌସୁମୀ ଆଗମନ ଫଳରେ
ଲଗାଣ ବର୍ଷର ପ୍ରଭାବରେ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇଛି।ଭୁବନେଶ୍ୱରରେ ଗତ ଜୁନ 1 ରୁ 24 ତାରିଖ
ଭିତରେ 2474 ଜଣଙ୍କ ଡେଙ୍ଗୁ ଟେଷ୍ଟ କରାଯାଇଛି। ସେଥି ମଧ୍ୟରୁ 74 ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା
ଜଣା ପଡ଼ିଛି । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ 3ରୁ 4 ଜଣ ନୂଆ ଡେଙ୍ଗୁ ରୋଗୀ ଆଡ଼ମିଟ
ହେଇଛନ୍ତି।ଚଳିତ ମାସରେ କେବଳ ଭୁବନେଶ୍ୱର ଓ
ଆଖପାଖ ଅଞ୍ଚଳରେ ୭୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ
ହୋଇଛନ୍ତି। ଏହି ମାସ ଶେଷ ସୁଦ୍ଧା ଭୁବନେଶ୍ଵରରେ ଡେଙ୍ଗୁର ରୋଗୀ ସଂଖ୍ୟା ୧୦୦ ପାର ନେଇ ଆକଳନ
କରାଯାଉଛି।କ୍ୟାପିଟାଲ୍ ହସ୍ପିଟାଲ୍ ଡେଙ୍ଗୁ ୱାର୍ଡରେ ୫ଜଣ ରୋଗୀ ଗୁରୁତର ଅବସ୍ଥାରେ
ଚିକିତ୍ସିତ ହେଉଛନ୍ତି।ଏହାବାଦ ଚଳିତ ମାସରେ ୩୨ ଜଣ ରୋଗୀ କ୍ୟାପିଟାଲ୍ ହସ୍ପିଟାଲ୍ରେ
ଭର୍ତ୍ତି ହୋଇଛନ୍ତି। ରାଜଧାନୀର ପ୍ରଶାନ୍ତି ବିହାର,ସାଲିଆ ସାହି, ଶହୀଦ ନଗର,ଶିଖରଚଣ୍ଡୀ ଆଦି ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଛି ବୋଲି କ୍ୟାପିଟାଲ ହସ୍ପିଟାଲ
ନିର୍ଦ୍ଦେଶକ ଡାକ୍ତର ରୂପଭାନୁ ମିଶ୍ର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା