ଧର୍ମଶାଳା,୨୫ ଜୁଲାଇ(ହି.ସ.) - ଯାଜପୁର ଜିଲା ଲୁଟେରାଙ୍କ ଭୂସ୍ୱର୍ଗ ପାଲଟିଛି । ଦିନ ରାତି ଏକ କରି ମାଫିଆମାନେ ସରକାରୀ ଉତ୍ସ ହରିଲୁଟ କରୁଛନ୍ତି । ସେପଟେ ପ୍ରଶାସନ ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଛନ୍ତି । ଏ ଦିଗରେ ବାରମ୍ବାର ଜିଲାପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିବା ପରିବର୍ତେ ପରୋକ୍ଷେ;ରେ ସେମାନଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲାର ରସୁଲପୁର ବ୍ଲକ ସାମନ୍ତରାପୁର ରାଜସ୍ୱ ବିଭାଗ ଅଧିନରେ ଥିବା ରାଉତରାପୁର ପଂଚାୟତସ୍ଥ ଦେଉଳି ଓ ରତପୁର ମୌଜାରେ । ଏହି ମୌଜା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଘାଟ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି । ମାଫିଆମାନେ ସରକାରୀ ନିୟମକୁ ବେଖାତିର କରି ପ୍ରୋକେଲିନ ମେସିନ ଦ୍ୱାରା ବାଲି ଉତୋଳନ କରି ଦୈନଦିନ ଶହଶହ ଟ୍ରିପ୍ ହାଇୱାରେ ଜିଲା ତଥା ଜିଲା ବାହାରକୁ ବାଲି ଚାଲାଣ କରାଯାଉଛି । ଏହି ବାଲି ବୋଝେଇ ହାଇୱା ଗ୍ରାମାଚଂଳ କଂକ୍ରିଟ୍ ରାସ୍ତା,ଗାଁ ନଦୀ ବନ୍ଧ ରାସ୍ତା ଦୃବଳ ହେବାରେ ଲାଗିଛି । ଏହି ସବୁ ରାସ୍ତା ବଡବଡ ଖାଲଖମାରେ ପରିଣତ ହେବା ସହିତ ବର୍ଷା ଦିନେ ଯାତାୟତ କରୁଥବବା ଜନସାଧାରଣ ଦୃର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହା ସହିତ ବ୍ରାହ୍ମଣୀ ନଦୀ ଉପରେ କୁଣ୍ଡାପାଟଣା ଓ ସାମନ୍ତରାପୁରକୁ ଅଂଚଳକୁ ସଂଯୋଗ କରୁଥିବା ହାଇଲେବୁଲ ବ୍ରିଜ ଏବେ ବିପଦର ସମ୍ମୁଖୀନ ହେବାକୁ ଯାଉଛି । ଉଭୟ ପାଶ୍ୱର୍ର ଆପ୍ରୋଚ ରୋଡରୁ ମାଟି ଧସିବା ସହ ସେତୁ ନିକଟରୁ ବେଆଇନଭାବେ ବାଲି ଉତୋଳନ ହେଉଛି । ଯାହାକି ସେୁତର ଖୁଂଟ ଦବିବା ଯଥେଷ୍ଟ ସମ୍ଭାବନା ରହିଛି । ସରକାରୀ ନିୟମ ଅନୁଯାୟୀ କୌରଓି ସେତଠାରୁ ଅଧ କିମି ପରିସର ଭିତରେ ବାଲି ଉତୋଳନ ନ ହେବା ପାଇଁ କଡା ନିର୍ଦ୍ଧେଶ ରହିଛି । ଏପରିକି ମାଫିଆମାନେ ବ୍ୟକ୍ତଗତ ଜମି ଉପରେ ଜୋରଜବର କରି ଗାଡି ନେଉଥିବା ବେଳେ ଜମି ମାଲିକ ବିରୋଧ କରିବାରୁ ସେମାନଙ୍କ ପରିବାରକୁ ଧମକ ଚମକ ଦିଆଯାଉଛି । ରାତି ଅଧରେ ଗାଡି ଚଳଚଳାଚଳ ହେବାରୁ ଏହାର ଶଦ୍ଦରେ ରାତିଣେ ସ୍ଥାନୀୟ ଲୋକେ ଶୋଇ ପାରୁ ନାହାନ୍ତି । ଏହି ରାସ୍ତା ଦେଇ ଯାଇଥିବା ଗାନ୍ଧିଜୀ ଶିକ୍ଷା ପ୍ରତିଷ୍ଠାନର ନିଜସ୍ୱ ଜମି ଉପରେ ମାର୍ଚ୍ଚ ମାସ ୨୩ ତାରିଖରେ ମିସ୍ କେସ୍ ନଂ ୯୪୭ା୨୦୨୫ରେ ୧୬୩ ଧାରା ବଳବତର ରହିଛି । ଅନ୍ୟ ଏକ ସ୍ଥାନରେ ଚଳିତ ମାସ ୨୩ା୭ ମସିହାରେ ୧୪୪ ଧାରା ଲାଗି ଥିବା ବେଳେ କିପରି ବେଆଇନଭାବେ ବାଲି ଚାଲାଣ ହେଉଛି ତାହାକୁ ନେଇ ଗ୍ରାମବାସୀ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଘଟଣାକୁ ନେଇ ରାଉତରାପୁର ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ସାହୁ ଏନେଇ ମୁଖ୍ୟମନ୍ତ୍ରୀ,ରାଜସ୍ୱ ବିଭାଗ ମନ୍ତ୍ରୀ,ଜିଲା ଖଣି ବିଭାଗ,ଉପ-ଜିଲାପାଳ,ରସୁଲପୁର ତହସିଲଦାର ଓ ଜାରକା ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ଉପ-ଜିଲାପାଳ ବ୍ରହ୍ମବରଦା ଥାନାକୁ ଏକ ପତ୍ର ସଂଖ୍ୟାରେ ଏଠାରେ ବାଲି ଉତୋଳନ ହେଉଛି କି ନାହିଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟବଧି କୌଣସି ତଦନ୍ତ କରାଯାଇ ନ ଥିବା ଅଭିଯୋଗ ହୋଇଛି । ନିକଟ ଭବିଷ୍ୟତରେ ଯଦି ଜିଲା ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଗ୍ରାମବାସୀ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବା ସହ ନିକଟରେ ଆନ୍ଦୋଳନକୁ ଓହ୍ଲାଇବାକୁ ପରୋକ୍ଷରେ ଗ୍ରାମବାସୀ ଚେତବାନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ