ଧର୍ମଶାଳା,୨୫ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ,ରାଜ୍ୟ ସଭା ସଂସଦ ତଥା ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ୧୦ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଶୁକ୍ରବାର ସକାଳେ ନେଉଳପୁରସ୍ଥ ଧର୍ମଶାଳା ଭବନ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡ. ପ୍ରିୟନାଥ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଇଂ. ପ୍ରିତିରଞ୍ଜନ ଘଡାଇ ଯୋଗ ଦେଇ ଧର୍ମଶାଳାର ପୂର୍ବ ସ୍ୱାଭିମାବ ଓ ଗୌରବ ଫେରାଇ ଆଣିବା ସ୍ୱର୍ଗତ କଳ୍ପତରୁ ଦାସଙ୍କ ପାିଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ସଭା ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଯାଜପୁର ପୂର୍ବତନ ସାଂସଦ ଶ୍ରମତୀ ରୀତା ତରାଇ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବଡଚଣାର ଯୁବନେତା କ୍ୟାପଟେନ ରାଜନାରାୟଣ ମହାପାତ୍ର, ଯାଜପୁର ଜିଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଧର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଯାଜପୁର ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର, ୧୪ ନଂ ଜୋନ ଜିଲା ପରିଷଦ ସଭ୍ୟ ଜଳଧର ମହାନ୍ତି, ବଡଚଣା ବିଜେଡି ବ୍ଲକ୍ ସଭାପତି ତାପସ ରଞ୍ଜନ ରାୟ, ଧର୍ମଶାଳା ବିଜେଡି ବ୍ଲକ୍ ସଭାପତି ପ୍ରସନ୍ନ ରାଉତ, ସୁରେନ୍ଦ୍ର ପଣ୍ଡା, ସନ୍ତୋଷ ଜେନା, ଉତ୍କଳମଣୀ ଦାସ, ,ଦୁଶାସନ ସାହୁ, ରାଜକିଶୋର ମହାନ୍ତି,ସୁଧାଂଶୁ ଭୂଷଣ ସାହୁ, ଜିଲା ପରିଷଦ ସଭ୍ୟା ପ୍ରଣତୀ ଲେଙ୍କା ଓ ୩୪ନଂ ଜୋନ ଜିଲା ପରିଷଦ ସଭ୍ୟା ମମତା ଖୁଂଟିଆ, ଲୋକନାଥ ପଣ୍ଡା, ଚନ୍ଦ୍ରଶେଖର ସ୍ୱାଇଁ ଓ ଅଶ୍ୱନୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ନିଜ ବକ୍ତବ୍ୟରେ ମୋର ବାପା ସ୍ୱର୍ଗତ କଳ୍ପତରୁ ଦାସଙ୍କ ଅବଦାନ ଧର୍ମଶାଳା ବାସୀଙ୍କ ପାଇଁ ରହିଛି। ଯେତେବେଳେ ସ୍ୱର୍ଗତ କଳ୍ପତରୁ ଦାସ ଧର୍ମଶାଳାର ବିଧାୟକ ଥିଲେ ସେତେବେଳେ ସେ ଧର୍ମଶାଳାର ବିକାଶର ସ୍ୱପ୍ନ ଦେଖିଥିଲେ ଓ ମୁଁ ୨୦୧୪ ମସିହାରେ ବିଧାୟକ ହେବାପରେ ମୋର ବାପାଙ୍କ ସ୍ୱପ୍ନ ପୂରଣ କରିବାପାଇଁ “ଧର୍ମଶାଳା ବିକାଶର ପ୍ରୟୋଗଶାଳା”କୁ ମୁଁ ଆଗକୁ ନେଇଛି । ଧର୍ମଶାଳା ବାସୀଙ୍କର ଭଲପାଇବା ଏପର୍ଯ୍ୟନ୍ତ ବି ମୋ ପ୍ରତି ରହିଛି ଏବଂ ମୁଁ “ଜୀବନର ଶେଷ ରକ୍ତବିନ୍ଦୁ ଥିବାଯାଏଁ ଧର୍ମଶାଳା ବାସୀଙ୍କ ସେବା କରିବି” ଆପଣ ମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆର୍ଶିବାଦ ରହିଥିଲେ କିଛି ପଦବୀ ନଥିଲେ ମଧ୍ୟ ଧର୍ମଶାଳାକୁ ଆଗକୁ ନେଇ ପାରିବି କହିଥିଲେ। ସ୍ୱର୍ଗତ କଳ୍ପତରୁ ଦାସଙ୍କୁ ଭଲ ପାଉଥିବା ହଜାର ହଜାର ଜନସାଧାରଣ ଯୋଗ ଦେଇଥିବା ବେଳେ ଶେଷରେ ନିରଞ୍ଜନ ବଳ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ