ଭୁବନେଶ୍ୱର, 25 ଜୁଲାଇ (ହି.ସ.)- କିସ୍ ପରିଦର୍ଶନ କଲେ ରାଜ୍ୟପାଳ । ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଓ
ତାଙ୍କ ପତ୍ନୀ ଡ. ଜୟଶ୍ରୀ କମ୍ଭମପତି କିସକୁ ଯାଇ କିଛି ସମୟ ଅତିବାହିତ କରିଛନ୍ତି । ଏନେଇ
ଅଚ୍ୟୁତ ସାମନ୍ତ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟପାଳ କ୍ଲାସରୁମ, ଲ୍ୟାବ,
କାର୍ଯ୍ୟକଳାପ କେନ୍ଦ୍ର, କ୍ରୀଡା ଗ୍ରାଉଣ୍ଡ ଓ ଅନେକ କିଛି ସ୍ଥାନ ବୁଲି ଦେଖିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା