ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ମେଟ୍ରୋ ରେଳ ପ୍ରକଳ୍ପ ନେଇ କମିଟି ଥରେ ବୈଠକ କରିଛି ଆଗକୁ ପୁଣି ବୈଠକ ଏବଂ ଆଲୋଚନା କରି କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ। ପୂର୍ବ ସରକାର ଯେମିତି କରିଥିଲେ ତାହା ଭାଇବୁଲ ହେବ ନାହିଁ। ତେଣୁ ମେଟ୍ରୋ ପାଇଁ ଗଠିତ କମିଟି ବୈଠକ କରି ପ୍ରସ୍ତାବ ଦେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା