ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ବର୍ଷା ପାଇଁ ଆଲର୍ଟ । ଆଜି ଠାରୁ ବଢ଼ିବ ନଦୀ ଗୁଡ଼ିକର ଜଳସ୍ତର । ସତର୍କ କରିଛନ୍ତି
ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା
ନେଇ ସତର୍କତା ଜାରି କରାଯାଇଛି । ୧୫ ଜିଲ୍ଲାର ୪୩ ବ୍ଲକ୍ରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା
ହୋଇଛି । ହୀରାକୁଦର ୧୨ଟି ଗେଟ୍ ଖୋଲା ଯାଇଛି, ସ୍ଥିତି ଦେଖି ଅଧିକ ଗେଟ୍ ଖୋଲାଯିବ । ବର୍ତ୍ତମାନ ସମସ୍ତ
ନଦୀର ଜଳସ୍ତର ବିପଦ ସଂକେତ ତଳେ ଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା