ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ଡିଭିଜନ ଅଧୀନ ଜୟପୁର ଫରେଷ୍ଟ ରେଂଜର ଡେପୁଟି ରେଂଜର ଶ୍ରୀ ରାମଚନ୍ଦ୍ର ନେପ
ଜୟପୁର ଡେପୁଟି ରେଞ୍ଜର     ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ


ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ଜୟପୁର ଡେପୁଟି

ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସଂପତି ଠୁଳ କରିବା

ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ଡିଭିଜନ ଅଧୀନ ଜୟପୁର ଫରେଷ୍ଟ ରେଂଜର ଡେପୁଟି

ରେଂଜର ଶ୍ରୀ ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଜୟପୁର ଭିଜିଲାନ୍ସର

ସ୍ୱତନ୍ତ୍ର ବିଚାରପତିଙ୍କ ପକ୍ଷରୁ ଜାରି ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହି ରେଡ୍

କରାଯାଇଛି । ଏହି ଚଢାଉରେ 6ଜଣ ଡିଏସପି, 5 ଇନସପେକ୍ଟର, 9 ଏଏସଆଇ ଓ ଅନ୍ୟ ଷ୍ଟାଫ ସାମିଲ

ଅଛନ୍ତି । ଜୟପୁର ଓ ଭୁବନେଶ୍ୱରର 6ଟି ସ୍ଥାନରେ ଚଢାଉ କରାଯାଇଛି ।

ଜୟପୁର ଟାଉନରେ ଏନକେଟି

ରୋଡରେ ଥିବା ପୈତୃକ ଘର, ଜୟପୁର ସହରରେ ଗୋଲ୍ଡେନ ହାଇଟ ରେସିଡେନ୍ସିଆଲ ଆପାର୍ଟମେଂଟରେ ଥିବା

ଦୁଇଟି ଫ୍ଲାଟ, ଭୁବନେଶ୍ୱର ରଘୁନାଥପୁର ସ୍ଥିତ ତାଙ୍କ ଭାଇଙ୍କ ଘର, ଜୟପୁର ସହରରେ ଥିବା ତାଙ୍କ

ଶ୍ୱଶୁର ଘର ଓ ଜୟପୁର ଫରେଷ୍ଟ ରେଂଜ ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇଛି ।

ଯାଞ୍ଚ ବେଳେ ରାମଚନ୍ଦ୍ରଙ୍କ

ଘରୁ ମିଳିଲାଣି ୧ କୋଟି ୪୪ ଲକ୍ଷ ଟଙ୍କା । ଏହାସହିତ ୫୦୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ୍ ବିଡ଼ା

ଜବତ । ୪ଟି ସୁନା ବିସ୍କୁଟ୍ ଓ ୧୬ଟି ସୁନା କଏନ୍ ବି ମିଳିଥିବା ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande