ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ । 207 ମେଗା
ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । 18ଟି ପ୍ରକଳ୍ପରେ ସବୁ ଘରକୁ ହର୍
ଘର୍ ଜଳ ବ୍ୟବସ୍ଥା ହୋଇଛି । ଅଗଷ୍ଟରେ 21 ଟି ସେପ୍ଟେମ୍ବର ଶେଷ ସୁଦ୍ଧା 11 ଟି ଡିସେମ୍ବର
ସୁଦ୍ଧା 22 ଟି ପ୍ରକଳ୍ପ ଶେଷ ହେବ । 2016 ମସିହା ଠାରୁ ଆରମ୍ଭ ହୋଇଥିବା ପ୍ରକଳ୍ପ 2025ରେ
ସରିବ । 2016ରୁ ଆରମ୍ଭ ହୋଇଥିଲା ଲୋକମାନେ ଆତୁର ହୋଇ ପାଣି ପାଇଁ ଅପେକ୍ଷା କରିଥିଲେ ପାଣି
ପହଞ୍ଚାଇବାରେ ବିଳମ୍ବ ହୋଇଥିଲା । 29 ହଜାର 512ଟି
ନଳକୂପ ଏବର୍ଷ ଦିଆଯାଇଥିଲା 20 ହଜାର 891 ଟି ନଳକୂପ ଖନନ ହୋଇ ଲୋକେ ପାଣି ପାଉଛନ୍ତି । ଏଜେନ୍ସି
ପାଇଁ ସବୁ ଦିନେ ପେନାଲ୍ଟି ରହୁଛି । କାମ ବିଳମ୍ବ କଲେ ଏଜେନ୍ସିକୁ ନୋଟିସ ହେଉଛି । କାମ
ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ । ବଳକା ପ୍ରକଳ୍ପ 2036 ସୁଦ୍ଧା ସମ୍ପୂର୍ଣ୍ଣ ହେବ
। ସମସ୍ତ ଜିଲ୍ଲା ଓ ବ୍ଲକରେ ବର୍ତ୍ତମାନ ସୁଦ୍ଧା
5 ଲକ୍ଷ 27 ହଜାର 570ନଳକୂପ ଖୋଳାଯାଇଛି ବୋଲି ରବି ନାୟକ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା