ଜୁନ୍ ୧ ରୁ ଜୁଲାଇ ୨୬ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୫୮୩.୨ ମି.ମି. ବର୍ଷା ରେକର୍ଡ଼ :  ୨ ଜିଲ୍ଲାରେ ସବୁଠୁ ଅଧିକ, ୮ ଜିଲ୍ଲାରେ ଅତ୍ୟଧିକ, ୧୮ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଓ ୨ ଜିଲ୍ଲାରେ ନିଅଂଟିଆ ବର୍ଷା
ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ଜୁଲାଇ ୨୬ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୫୮୩.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୧୯ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୪୮୯ ମି.ମି ରହିଥାଏ । ଏହି ଅବଧି ମ
ଜୁନ୍ ୧ ରୁ ଜୁଲାଇ ୨୬ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୫୮୩.୨ ମି.ମି. ବର୍ଷା ରେକର୍ଡ଼ :  ୨ ଜିଲ୍ଲାରେ ସବୁଠୁ ଅଧିକ, ୮ ଜିଲ୍ଲାରେ ଅତ୍ୟଧିକ, ୧୮ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଓ ୨ ଜିଲ୍ଲାରେ ନିଅଂଟିଆ ବର୍ଷା


ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ଜୁଲାଇ ୨୬ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୫୮୩.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୧୯ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୪୮୯ ମି.ମି ରହିଥାଏ ।

ଏହି ଅବଧି ମଧ୍ୟରେ ୨ ଜିଲ୍ଲାରେ ସବୁଠୁ ଅଧିକ, ୮ ଜିଲ୍ଲାରେ ଅତ୍ୟଧିକ, ୧୮ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୨ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande