ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) - ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ଅଣାଯିବା ନେଇ ଇଙ୍ଗିତ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ। ଶନିବାର ଶଙ୍ଖ ଭବନରେ ବସିଥିବା ବୈଠକରେ ଏନଇ ନିଷ୍ପତି ହୋଇଥିବା ସୂଚନା ମିଳିଛି। ବୈଠକରେ ଦେବୀ ମିଶ୍ର, ବବି ଦାସ, ପ୍ରତାପ ଦେବ, ପ୍ରତାପ ଜେନା, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଅରୁଣ ସାହୁ କହିଛନ୍ତି ସରକାର ବିଧାନସଭା ଅଧିବେଶନ ଡାକିବାକୁ ଡରୁଛନ୍ତି। କାରଣ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ବ୍ୟାକ ଫୁଟ୍ ରେ। ସରକାର ବିଧାନସଭା ଡାକନ୍ତୁ। ଆସ୍ଥା, ଅନାସ୍ଥା, ଅବସ୍ଥା ଓ ବ୍ୟବସ୍ଥା ସବୁ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ବିଜେଡ଼ି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା