ଆନନ୍ଦପୁରରେ ବିପଦ ସଂକେତ ଉପରେ ବୈତରଣୀ ନଦୀ
କେନ୍ଦୁଝର, 26 ଜୁଲାଇ (ହି.ସ.) ଲଘୁଚାପ ଯୋଗୁଁ କେନ୍ଦୁଝର ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଏହି ପ୍ରବଳ ବର୍ଷା ଯୋଗୁଁ ନଦି ନାଳ ସବୁଠି ପାଣି ଭର୍ତ୍ତି ହୋଇଛି। ଏହି ବର୍ଷା ଜଳ ବୈତରଣୀ ନଦୀରେ ପ୍ରବାହିତ ହେବାରୁ ଆନନ୍ଦପୁର ରାଜଘାଟ ଠାରେ ଜଳସ୍ତର ବିପଦ ସଂକେତ ୩୮.୩୬୦ ମିଟର ଉପରେ ପ୍ରବାହ ହେଉଛ
ଆନନ୍ଦପୁରରେ ବିପଦ ସଂକେତ ଉପରେ ବୈତରଣୀ ନଦୀ


କେନ୍ଦୁଝର, 26 ଜୁଲାଇ (ହି.ସ.) ଲଘୁଚାପ ଯୋଗୁଁ କେନ୍ଦୁଝର ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଏହି ପ୍ରବଳ ବର୍ଷା ଯୋଗୁଁ ନଦି ନାଳ ସବୁଠି ପାଣି ଭର୍ତ୍ତି ହୋଇଛି। ଏହି ବର୍ଷା ଜଳ ବୈତରଣୀ ନଦୀରେ ପ୍ରବାହିତ ହେବାରୁ ଆନନ୍ଦପୁର ରାଜଘାଟ ଠାରେ ଜଳସ୍ତର ବିପଦ ସଂକେତ ୩୮.୩୬୦ ମିଟର ଉପରେ ପ୍ରବାହ ହେଉଛି। ଆଜି ଦିନ ୧୨ଟା ସୁଦ୍ଧା ୩୮.୮୦୦ ପାର ହୋଇଥିବା ବୈତରଣୀ ଜଳ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande