ଖଣି ବିଭାଗ ଦ୍ୱାରା ଜବତ ଦୁଇ ବାଲି ଗାଡିର ଚାଳକ ଅଦାଲତ ଚାଲାଣ
କୋରେଇ,୨୬ ଜୁଲାଇ(ହି.ସ.) - ଗତ ୧୯ ତାରିଖ ଯାଜପୁର ଖଣିବିଭାଗର କନିଷ୍ଠ ଖଣିଅଧିକାରୀ ଦୁଇଟି ବାଲିବୋଝଇ (ହାଇୱା ଓ ଟିପର)କୁ ଜବତ କରି ପାଣିକୋଇଲି ପୁଲିସ ଜିମା ଦେଇଥିଲେ । ପାଣିକୋଇଲି ପୁଲିସ ଦୁଇଟି ମାମଲା ୨୨୮/୨୫ ଓ ୨୨୯/୨୫ ମାମଲା ରୁଜ୍ଜୁ କରିଥିଲା । ହାଇୱାର ଚାଳକ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତ
ଖଣି ବିଭାଗ ଦ୍ୱାରା ଜବତ ଦୁଇ ବାଲି ଗାଡିର ଚାଳକ ଅଦାଲତ ଚାଲାଣ


କୋରେଇ,୨୬ ଜୁଲାଇ(ହି.ସ.) - ଗତ ୧୯ ତାରିଖ ଯାଜପୁର ଖଣିବିଭାଗର କନିଷ୍ଠ ଖଣିଅଧିକାରୀ ଦୁଇଟି ବାଲିବୋଝଇ (ହାଇୱା ଓ ଟିପର)କୁ ଜବତ କରି ପାଣିକୋଇଲି ପୁଲିସ ଜିମା ଦେଇଥିଲେ । ପାଣିକୋଇଲି ପୁଲିସ ଦୁଇଟି ମାମଲା ୨୨୮/୨୫ ଓ ୨୨୯/୨୫ ମାମଲା ରୁଜ୍ଜୁ କରିଥିଲା । ହାଇୱାର ଚାଳକ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଦୋଳସାହି ଗ୍ରାମର ଟୁକୁନା ନାଥ (୩୫) ଓ ଟିପର ଚାଳକ ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନ୍ଦପୁର ଗ୍ରାମରଗଣେଷ ରାଉତଙ୍କୁ ଗିରଫ କରି ଅଦାଲତ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande