କେନ୍ଦୁଝର, ୨୬ ଜୁଲାଇ (ହି.ସ.)- କେନ୍ଦୁଝରଗଡ ପୌରପାଳିକାକୁ ଏକ ନମ୍ବର କରି ଗଢି ତୋଳିବାକୁ ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଜିତିକି ଆସିଲା ପରେ ୱାର୍ଡ ୱାର୍ଡ ବୁଲି ସର୍ବେକ୍ଷଣ କରି ପ୍ରକଳ୍ପ ଦେଲେ। କିନ୍ତୁ ଅଢେ଼ଇ ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପ ଗୁଡ଼ିକ ଠିକ ଭାବେ କାର୍ଯ୍ୟକାରୀ ନହେବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୱାର୍ଡବାସୀ। ଏଥି ମଧ୍ୟରୁ ଭାଲୁକିପତଳା ୱାର୍ଡବାସୀ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଏହି ୱାର୍ଡର ବିଭିନ୍ନ ରାସ୍ତା ଓ ଘରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚତାରେ ପାଣି ଭରି ରହିଛି। ସେଥିପାଇଁ ୱାର୍ଡ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୌରପାଳିକା ଦୌଡ଼ିଦୌଡ଼ି ନୟାନ୍ତ ହେଲେ ମଧ୍ୟ ଏହାର ସୁଫଳ ମିଳି ପାରୁନଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA