ଖୋର୍ଦ୍ଧା, ୨୬ ଜୁଲାଇ (ହି.ସ.) - ଶନିବାର ଜଙ୍କିଆ ଡମଣଭୂଇଁ ଗ୍ରାମ ଠାରେ ପ୍ରାଣିସମ୍ପଦ ବିଭାଗ ଦ୍ୱାରା ନିୟୋଜିତ ଥିବା ୭ଟି ଆରଆରଟି ଦଳ ଦ୍ୱାରା ୨୪୫୦ଟି ବ୍ରଏଲର କୁକୁଡା ଏବଂ ୧୯ ଟି ଦେଶୀ କୁକୁଡ଼ା ମରାଯାଇ ବିଶୋଧନ ପ୍ରକ୍ରିୟା ସହିତ ମାଟିରେ ପୋତାଗଲା।ଏପରିକି ଅନ୍ୟ ଛଅ ଗୋଟି ଆରଆରଟି ଦଳ ଦ୍ୱାରା ୧ କିମି ପରିଧି ବ୍ୟାସାର୍ଦ୍ଧ ମଧ୍ୟରେ ସର୍ବେକ୍ଷଣ କରାଯାଇଥିଲା। ପ୍ରକାଶ ଥାଉକି ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟରେ ମୁଣ୍ଡାଆମ୍ବ ଅଂଚଳରେ ୪୫୦୭ କୁକୁଡା ମରାଯାଇ ପୋତାଯାଇଛି । ଦ୍ୱିତୀୟ ତଥା ଶୁକ୍ରବାର ଦିନ କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ବତକ ଫାର୍ମରେ ୪୦୭ ବତକଙ୍କୁ ମରା ଅଭିଯାନ ଚାଲିଛି। ତେବେ ଏହି ଅଭିଯାନରେ ଜିଲା ପ୍ରାଣୀଧନ ପଶୁ ଚିକିତ୍ସା ବିଭାଗ ଡେପୁଟି ଡାଇରେକ୍ଟର ମାନସ କୁମାର ଚାନ୍ଦ ଜନ ସାଧାରଣ ଭୟଭୀତ ନହେବା ପାଇଁ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ