ବିଷଧର ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ
କୋରେଇ,୨୬ ଜୁଲାଇ(ହି.ସ.) - ବିଷଧର ସାପ କାମୁଡାରେ ଆଜି ଜଣେ ମହିଳାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ପ୍ରକାଶଯେ ପାଣଇକୋଇଲି ଗ୍ରାମର ପ୍ରଫୁଲ୍ଲ ସ୍ୱାଇଁ ପତ୍ନୀ ପ୍ରତିମା ସ୍ୱାଇଁ ଆଜି ପୂବାହ୍ନ ୧୧ଟା ସମୟରେ ଗାଧୋଇ ଆସି ବାଡିରେ ଲୁଗା ଶୁଖାଉଥିଲେ । ଲୁଗା ଶୁଖାଇବା ସମୟରେ ଏକ ବିଷଧର ସର୍ପ ତା
ବିଷଧର ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ


କୋରେଇ,୨୬ ଜୁଲାଇ(ହି.ସ.) - ବିଷଧର ସାପ କାମୁଡାରେ ଆଜି ଜଣେ ମହିଳାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ପ୍ରକାଶଯେ ପାଣଇକୋଇଲି ଗ୍ରାମର ପ୍ରଫୁଲ୍ଲ ସ୍ୱାଇଁ ପତ୍ନୀ ପ୍ରତିମା ସ୍ୱାଇଁ ଆଜି ପୂବାହ୍ନ ୧୧ଟା ସମୟରେ ଗାଧୋଇ ଆସି ବାଡିରେ ଲୁଗା ଶୁଖାଉଥିଲେ । ଲୁଗା ଶୁଖାଇବା ସମୟରେ ଏକ ବିଷଧର ସର୍ପ ତାଙ୍କ ପାଦକୁ ଦଂଶନ କରିଥିଲା । ଫଳରେ ସେ ଅଚେତ ହୋଇପଡିଥିଲେ । ତାଙ୍କୁ ସଂଗେ ସଂଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଥିଲା । ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପୁଅ ଭାଗ୍ୟ ଶଙ୍କର ସ୍ୱାଇଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ୨୩/୨୫ରୁଜ୍ଜୁ କରି ତଦନ୍ତ କରିବା ସହ ବ୍ୟବଚ୍ଛ୍ୟେଦ କରିବା ବ୍ୟବସ୍ଥା କରାଇଛି । ଶବ ବ୍ୟବଚ୍ଛ୍ୟେଦ ପରେ ତାଙ୍କ ପରିବାରକୁ ମରଶରୀର ହସ୍ତାନ୍ତର କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande