କନ୍ଧମାଳ, ୨୬ ଜୁଲାଇ (ହି.ସ.)- ଫୁଲବାଣୀ ସହରର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ ନର୍ସିଂ ମହାବିଦ୍ୟାଳୟରେ ସତ୍ୟସାଇ ସଙ୍ଗଠନର ତାଲିମ ପ୍ରାପ୍ତ ସିପିଆର୍ ଟ୍ରେନରଙ୍କ ଦ୍ୱାରା ତାଲିମ୍ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମରେ ଛାତ୍ରଛାତ୍ରୀ, ଯୁବକ, ଯୁବତୀ ମାନଙ୍କୁ ସି ପି ଆର୍ ମାଧ୍ୟମରେ ଜୀବନକୁ କିପରି ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବେ ଓ ରକ୍ଷା କରି ପାରିବେ ସେହି କୌଶଳ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ମାନିକ୍ଵିନ ଡମୀ ପ୍ରୟୋଗ କରି ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ପବ୍ଲିକ ସ୍କୁଲ, ସରକାରୀ ନର୍ସିଙ୍ଗ ମହାବିଦ୍ୟାଳୟ, କର୍ମେଲ ସ୍କୁଲ, ସରକାର ମହାବିଦ୍ୟାଳୟ ଛାତ୍ରୀ ନିବାସ ଓ ନବୋଦୟ ବିଦ୍ୟାଳୟରେ ଆୟୋଜିତ ଏହି ତାଲିମରେ ୧୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସଫଳ ଭାବେ ଅଂଶଗ୍ରହଣ କରଥିଲେ। ଜଣେ ବ୍ୟକ୍ତିଙ୍କୁ ତତ୍କାଳ ହୃଦଘାତ ହେଲେ କ'ଣ କରିବାକୁ ହୁଏ ତାହା ଏହି ତାଲିମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏଥିରେ ସତ୍ୟସାଇ ସେବା ସଂଗଠନ, କନ୍ଧମାଳର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ