ବଲାଙ୍ଗିର, 26 ଜୁଲାଇ (ହି.ସ.)
ଖରିଫ ଋତୁ ଧାନ ସଂଗ୍ରହ ସକାଶେ ଚାଷୀ ପଞ୍ଜି କରଣ ନିୟମରେ ସରଳୀ କରଣ କରାଯିବାକୁ ଗତକାଲି ରାମପୁର ପେକ୍ଟ ଅନ୍ତର୍ଗତ ସମସ୍ତ ଗ୍ରାମର ଚାଷୀମାନେ ଉମେଶ ପୁଜାରୀଙ୍କ ନେତୃତ୍ୱରେ ତହସିଲ ଅଫିସ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ବିଗତ ବର୍ଷମାନଙ୍କରେ ଧାନ କ୍ରୟ କେନ୍ଦ୍ରରେ ଚାଷୀ ଧାନ ବିକ୍ରୀ ପାଇଁ ପଞ୍ଜି କରଣ ପ୍ରକ୍ରୀୟାରେ ଧାନ ବିକ୍ରୀ କରିଥାଏ । କିନ୍ତୁ ୨୦୨୫-୨୬ ଓଡିଶା ସରକାରଙ୍କ ଧାନ ସଂଗ୍ରହ ସକାଶେ ଘୋଷଣା ହୋଇଥିବା ଜଟିଳ ନିୟମ ଯୋଗୁଁ ପଞ୍ଜି କରଣ ସକାଶେ ଆବଶ୍ୟକ ତସ୍ତାବିଜ ସଂଗ୍ରହ କରିନାମ ପଂଜିକରଣ କରିବା କଷ୍ଟକର ଓ ସମୟ ସାପେକ୍ଷ । ଏଣୁ କଠିନ ପରିଶ୍ରମ କରି କଷ୍ଟ ଉପାର୍ଜିତ ଧାନ ସରକାରୀ ସହାୟକ ମୂଲ୍ୟରେ ବିକ୍ରି କରିବା ଅସମ୍ଭବ ଜଣାପଡୁଛି । ଧାନର ଅଭାବି ବିକ୍ରି ଓ ଦଲାଲ ରାଜକୁ ନିୟନ୍ତ୍ରଣ କରିବା ପାଇଁ ତଥା ଚାଷୀମାନଙ୍କୁ ତାଙ୍କ ଉପାର୍ଜିତ ଧାନର ଉଚିତ ମୁଲ୍ୟ ପ୍ରଦାନ ସକାଶେ ଘୋଷିତ ହୋଇଥିବା ଚାଷୀ ପାଞ୍ଜି କରଣ ନିୟମ ସରଳ କରାଯିବା ପାଇଁ ଦାବୀ କରିଛନ୍ତି । ପ୍ରମୁଖ ଦାବୀ ମଧ୍ଯର ରହିଛି- ଚାଷୀମାନଙ୍କ ଧାନ ବିକ୍ର ପାଇଁ ପଞ୍ଜି କରଣ ପ୍ରକ୍ରିୟାରେ କେବଳ ପଟ୍ଟାଦାର ଅଂଶ ଗ୍ରହଣ କରିବା ନିୟମ ସଂଶୋଧନ ଆବଶ୍ୟକ ପଟ୍ଟାଦାରଙ୍କ ମୃତ୍ୟୁ ହୋଇ ଆର ଓଆର ସଂଶୋଧନ ହଇନଥିବାରୁ ତାଙ୍କ ଉକ୍ତ ଅଧିକାରୀ ସେହି ଜମି ଦଖଲରେ ଥାଇ ଚାଷ କରୁଛନ୍ତି । ଏଥିରେ ଅନ୍ୟଅଂଶୀଦାରମାନଙ୍କ କୌଣସି ଆପତି ଅଭିଯୋଗ ନଥିବା ସୁଳେ ତାଙ୍କୁ ପଞ୍ଜିକରଣ ପାଇଁ ସୁଯୋଗ ଦେବା । ପଂଜିକରଣ ପାଇଁ ଅନ୍ୟ ଅନ୍ୟ ଉତ୍ତରଧିକାରୀ ତାଳିକା ଓ ବଂଶାବଳୀ ଅନୁସାରେ ନିଜ ଅଂଶ ପାଇଁ ଆରଆଇଙ୍କ ସାର୍ଟିଫିକେଟ ବଦଳରେ ଆରଆଇଙ୍କଠାରୁ ରେଭେନ୍ୟୁ ପ୍ରଦାନକାରୀ ଓ ପ୍ରକୃତ ଚାଷୀ ଯିଏ ଅନ୍ୟମାନଙ୍କ ସହମତିରେ ଚାଷ କରୁଛନ୍ତି ତାଙ୍କଠାରୁ ଘୋଷଣା ପତ୍ର ରଖ୍ ତାଙ୍କୁ ମୃତ ପଟ୍ଟାଦାରଙ୍କ ଉତରାଧିକାରୀ ଭାବେ ଅନୁ ମତି ପ୍ରଦାନ କରାଯାଉ । ଠାକୁର ଜମି ମାଫଦାର ଅର୍ଥାତ ଠାକୁରଙ୍କ ତରଫରୁ ମାଫତଭାବେ ପଟ୍ଟାରେ ଉଲ୍ଲେଖ ଥିବା ରୟତିଙ୍କ ମୃତ୍ୟୁରେ ପରିବାରର କୌଣସି ସଦସ୍ୟ ଧାନ ବିକ୍ରୀ ପାଇଁ ପଞ୍ଜି କରଣ କରି ପାରିବେ ନାହିଁ । ଉକ୍ତ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ଯେଉଁ ସେବାୟତ ଠାକୁରଙ୍କ ସେବା ଓ ଜମି ଦଖଳରେ ଅଛନ୍ତି ତାଙ୍କୁ ପୂର୍ବ ପରି ପଞ୍ଜି କରଣରେ ସାମିଲ କରାଯାଉ । ଦାବୀ ପତ୍ର ପ୍ରଦାନ ବେଳେ ତହସିଲଦାରଙ୍କ ଅନୁପସ୍ଥିତରେ ସରୋଜ ପୁରୋହିତଙ୍କୁ ପ୍ରଦାନ କରାଯାଇଛି । ଦାବୀ ପତ୍ର ପ୍ରଦାନ ବେଳେ ପ୍ରେମାରାଜ ପଧାନ, ସୀତାରାମ ମେହେର, ଉଚ୍ଚତ ପଧାନ, ନେପାଳ ପଧାନ, ସରୋଜ ମେହେର, ଅନନ୍ତରାମ ମାଝୀ, ରାଧାକାନ୍ତ ପଧାନ, କରୁଣାକର ଭୋଇ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ