ଲୁଗେଲ ପଞ୍ଚାୟତରେ ମନରେଗା କାମରେ ଲାଗୁଛନ୍ତି ଶିଶୁ ଶ୍ରମିକ, ରାତିରେ ଚାଲିଛି ନିର୍ମାଣ କାମ
ମାଲକାନଗିରି, ୨୬ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ମନରେଗା କାମର ବାସ୍ତବ ଚିତ୍ରକୁ ନେଇ ପୁଣି ଉଠିଛି ପ୍ରଶ୍ନ। ବର୍ଷକୁ ଶହେ ଦିନର ମଜୁରୀକୁ ସ୍ପଷ୍ଟ କରିବା ଆଳ ଦେଖାଇ ଶିଶୁ ଶ୍ରମିକଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ଭଳି ଚିତ୍ର ସମ୍ମୁଖକୁ ଆସିଛି। ଯେଉଁଥିରେ
ଲୁଗେଲ ପଞ୍ଚାୟତରେ ମନରେଗା କାମରେ ଲାଗୁଛନ୍ତି ଶିଶୁ ଶ୍ରମିକ, ରାତିରେ  ଚାଲିଛି ନିର୍ମାଣ କାମ


ଲୁଗେଲ ପଞ୍ଚାୟତରେ ମନରେଗା କାମରେ ଲାଗୁଛନ୍ତି ଶିଶୁ ଶ୍ରମିକ, ରାତିରେ  ଚାଲିଛି ନିର୍ମାଣ କାମ


ମାଲକାନଗିରି, ୨୬ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ମନରେଗା କାମର ବାସ୍ତବ ଚିତ୍ରକୁ ନେଇ ପୁଣି ଉଠିଛି ପ୍ରଶ୍ନ। ବର୍ଷକୁ ଶହେ ଦିନର ମଜୁରୀକୁ ସ୍ପଷ୍ଟ କରିବା ଆଳ ଦେଖାଇ ଶିଶୁ ଶ୍ରମିକଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ଭଳି ଚିତ୍ର ସମ୍ମୁଖକୁ ଆସିଛି। ଯେଉଁଥିରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦର୍ଶାଇ ଫଟୋ ଏନଏମଏମଏସ କରାଯାଇଥିବାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଲୁଗେଲ ପଞ୍ଚାୟତର ଲୁଗେଲ ଗ୍ରାମ ଠାରୁ ଫୁଲକାନକୋଣ୍ଡା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣାଧିନ ରହିଥିବା ରାସ୍ତାର ଉନ୍ନତିକରଣ ପାଇଁ ଲଗାଣ ବର୍ଷା ମଧ୍ୟରେ ଶ୍ରମିକଙ୍କୁ ନିୟୋଜିତ କରାଯିବା ସହ ଏଥିରେ ଶିଶୁ ଶ୍ରମିକ ନିୟୋଜିତ କରାଯାଇଛି। ଯାହାର ସ୍ପଷ୍ଟ ପ୍ରମାଣ ଶୁକ୍ରବାର ଦିନ ଏହି ନିର୍ମାଣ କାର୍ଯ୍ୟର ଏନଏମଏମଏସ ବେଳେ ସ୍ପଷ୍ଟ ବାରି ହୋଇପଡ଼ୁଛି। ଜଣେ ଶିଶୁ ଶ୍ରମିକଙ୍କୁ କାମରେ ନିୟୋଜନ କରିବା ମନରେଗା କାମର ଗାଇଡଲାଇନକୁ ଖିଲାଫ୍ କରିବା ସହ କାର୍ଯ୍ୟର ବାସ୍ତବତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଥିସହ ଏହି ନିର୍ମାଣ କାର୍ଯ୍ୟ ରାତ୍ରି ୮ଟା ବେଳେ କରାଯାଉଥିବା ମଧ୍ୟ ଏନଏମଏମଏସ ପୋର୍ଟାଲରୁ ଜଣାପଡିଛି । ଏହି କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ ଓ ରାତ୍ରିରେ ନିର୍ମାଣ କାର୍ଯ୍ୟ ବାବଦରେ ଉକ୍ତ ପଞ୍ଚାୟତର ଆକାଉଣ୍ଟାଣ୍ଟ କମ ଡିଇଓଙ୍କୁ ପଚାରିବାରୁ ସେ ଘଟଣା ବାବଦରେ ଅବଗତ ନଥିବା ବେଳେ ତଦନ୍ତ କରି ଘଟଣା ବାବଦରେ ଜଣାଇବେ ବୋଲି କହିଛନ୍ତି । ଏପରି ସ୍ଥିତିରେ ଏହି ନିର୍ମାଣାଧିନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓ ନିୟୋଜିତ ଶ୍ରମିକଙ୍କ ପ୍ରକୃତ ତଥ୍ୟ ଯାଞ୍ଚ କଲେ ଏକ ବଡ ଧରଣର ଦୁର୍ନୀତି ପଦାକୁ ଆସିବା ସହ ମନରେଗା କାମରେ ଚାଲିଥିବା ବାଟମାରଣା ନୀତି ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏଠାରେ ପ୍ରଶ୍ନ ଉଠୁଛି ଯେ, ବର୍ଷା ସମୟରେ କୌଣସି ରାସ୍ତା କାମ ନ ହେବା ପାଇଁ ନିୟମ ରହିଛି ହେଲେ ଏହି ପଞ୍ଚାୟତରେ କିପରି କାମ ଚାଲିଛି ତାହା କଣ ମନରେଗା କାମ ତଦାରଖ ପାଇଁ ଥିବା ବିଭାଗୀୟ ଅଧିକାରୀ ମାନେ ଜାଣି ପାରୁନାହାନ୍ତି ସେନେଇ ସନ୍ଦେହ ପ୍ରକାଶ ପାଉଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande