ପୋଖରୀରୁ କାବୁ ହେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ, ୨୬ ଜୁଲାଇ (ହି.ସ.)- କେନ୍ଦ୍ରପଡା ଜିଲାର ରାଜନଗର ଅଂଚଳରେ ଅନେକ ସମୟରେ କୁମ୍ଭୀର ଆକ୍ରମଣରେ ଧନ ଜୀବନ ହାନି ହେଉଛି l ରାଜନଗର ପଟ୍ଟାମୁଣ୍ଡାଇର ବିଭିନ୍ନ ନଦୀ ନାଳ ଓ ପୋଖରୀରେ ବର୍ଷାଜଳ ପୁରି ରହିଥିବାରୁ କୁମ୍ଭୀର ଆତଙ୍କ ଲାଗିରହିଛି l ଯେଉଁଥିପାଇଁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହୁଛନ୍ତି
ପୋଖରୀରୁ କାବୁ ହେଲା କୁମ୍ଭୀର


ପଟ୍ଟାମୁଣ୍ଡାଇ, ୨୬ ଜୁଲାଇ (ହି.ସ.)- କେନ୍ଦ୍ରପଡା ଜିଲାର ରାଜନଗର ଅଂଚଳରେ ଅନେକ ସମୟରେ କୁମ୍ଭୀର ଆକ୍ରମଣରେ ଧନ ଜୀବନ ହାନି ହେଉଛି l ରାଜନଗର ପଟ୍ଟାମୁଣ୍ଡାଇର ବିଭିନ୍ନ ନଦୀ ନାଳ ଓ ପୋଖରୀରେ ବର୍ଷାଜଳ ପୁରି ରହିଥିବାରୁ କୁମ୍ଭୀର ଆତଙ୍କ ଲାଗିରହିଛି l ଯେଉଁଥିପାଇଁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହୁଛନ୍ତି l ଆଜି ରାଜନଗର ବ୍ଳକ ଏଣ୍ଡୁଳାପୁର ଦିବାକର ସେଠିଙ୍କ ପୋଖରୀରେ ଏକ କୁମ୍ଭୀରକୁ ଦେଖି ଗ୍ରାମବାସୀ ଏ ସମ୍ପର୍କରେ ବନବିଭାଗକୁ ଜଣାଇଥିଲେ l ବନବିଭାଗ ଟିମ ଘଟଣାସ୍ଥଳରେ ପହଂଚି ଜାଲ ଦ୍ୱାରା ଏକ ୬ ଫୁଟ ୬ ଇଞ୍ଚ ଲମ୍ବର ମାଈ କୁମ୍ଭୀରକୁ କାବୁ କରିଛନ୍ତି l କୁମ୍ଭୀରକୁ ଗୁପ୍ତି ର ହାବଳଗଣ୍ଡ କ୍ରିକ ରେ ଛଡା ଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande