ମୁଖୀଗୁଡା ୨୬ଜୁଲାଇ (ହି.ସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଂଚାୟତ ଜୁନାପାଣି ଗ୍ରାମର ଭିନ୍ନକ୍ଷମ ଯୁବକ ମାଗୁ ମାଝୀ (୨୮) ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ଭାସିଯାଇ ଗୁରୁବାର ସନ୍ଧ୍ୟାରୁ ନିଖୋଜ ହୋଇଥିଲେ। ସେ ଶୌଚ ହେବା ପାଇଁ ପାୱାର ଚ୍ୟାନେଲକୁ ଯାଇଥିବା ବେଳେ ପାଣିର ସୁଅରେ ଭାସିଯାଇଥିଲେ। କେନାଲ ନିକଟରେ ତାଙ୍କର ଚପଲ ଓ ଠେଙ୍ଗା ପଡିଥିବା ଦେଖୁବାକୁ ମିଳିଥିଲା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖି ଥିଲେହେଁ ବିଫଳ ହୋଇଥିଲେ । ଆଜି ୩ଟା ବେଳେ ଧନସୁଲି ବ୍ରିଜ ନିକଟରେ ସ୍ଥାନୀୟ ଲୋକେ ଏକ ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୁଲିସ ଶବ ଉଦ୍ଧାର କରି ଜୟପାଟଣା ଡାକ୍ତର ଖାନାରେ ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |