ଦେବଝରଣ ଜଳପ୍ରପାତର ଜଳ ସ୍ରୋତରେ ବୁଡି ଦୁଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସଲିଳ ସମାଧି
ସମ୍ବଲପୁର, ୨୬ ଜୁଲାଇ(ହି.ସ.) – ସମ୍ବଲପୁର ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦେବଝରଣ ଜଳପ୍ରପାତର ଜଳ ସ୍ରୋତରେ ଭାସିଯାଇ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଦୁଇଜଣ ଶେଷବର୍ଷ ଡାକ୍ତରୀ ଛାତ୍ରୀଛାତ୍ର ପ୍ରାଣ ହରାଇଛନ୍ତି। ସେମାନଙ୍କ ପରିଚୟ ଅନୁଯାୟୀ ଡାକ୍ତର
ଦେବଝରଣ ଜଳପ୍ରପାତର ଜଳ ସ୍ରୋତରେ ବୁଡି ଦୁଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସଲିଳ ସମାଧି


ଦେବଝରଣ ଜଳପ୍ରପାତର ଜଳ ସ୍ରୋତରେ ବୁଡି ଦୁଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସଲିଳ ସମାଧି


ସମ୍ବଲପୁର, ୨୬ ଜୁଲାଇ(ହି.ସ.) – ସମ୍ବଲପୁର ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦେବଝରଣ ଜଳପ୍ରପାତର ଜଳ ସ୍ରୋତରେ ଭାସିଯାଇ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଦୁଇଜଣ ଶେଷବର୍ଷ ଡାକ୍ତରୀ ଛାତ୍ରୀଛାତ୍ର ପ୍ରାଣ ହରାଇଛନ୍ତି। ସେମାନଙ୍କ ପରିଚୟ ଅନୁଯାୟୀ ଡାକ୍ତରୀ ଛାତ୍ରୀ ରାଜସ୍ଥାନ ମାଉଂଟଆବୁର ମନୀକା ମିନା ଓ ନୂଆଦିଲ୍ଲୀ ନଜବଗଡ଼ର ସନ୍ଦିପ ପୂରୀ ବୋଲି ପରିଚୟ ମିଳିଛି।

ଯୁଯୋମୁରା ଥାନା ଆଇଆଇସି ସଞ୍ଜୟ ରାଉତରାୟଙ୍କ ସୂଚନା ଅନୁସାରରେ ଶନିବାର ଭିମସାରର ୩ ଛାତ୍ରୀ ଓ ୩ ଛାତ୍ର ମିଶି ମୋଟ ୬ ଜଣ ଛାତ୍ରୀଛାତ୍ର ପଶ୍ଚିମ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଯୁଯୋମୁରା ବ୍ଲକ ଅନ୍ତର୍ଗତ ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ଅପରୂପ ସୌନ୍ଦର୍ଯ୍ୟଭରା ଦେବଝରଣର ବିଭିନ୍ନ ସ୍ଥାନ ବୁଲୁ ବୁଲି ଉପଭୋଗ କରିବା ସହିତ ସେମାନେ ସେଲ୍ଫି ଓ ଫଟୋ ଉଠାଇଥିଲେ। ଏହାବାଦ ଦିନ ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ରୀଛାତ୍ର ଦେବଝରଣର ଝରଣାରେ ଗାଧୋଉଥିଲେ। ଜଣେ ଛାତ୍ରଙ୍କ ଦେହ ଅସୁସ୍ଥ ଥିବାରୁ ସେ ନ ଗାଧୋଇ ଝରଣା ବାହାରେ ବସିଥିଲେ। ଏହି ସମୟରେ ଅସାବଧାନତା ହେତୁ ୫ ଜଣ ଯାକ ଛାତ୍ରୀଛାତ୍ର ଗଭୀର ପାଣିକୁ ଚାଲିଯାଇ ଜଳ ସ୍ରୋତରେ ଭାସିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ କେହି ପହରା ଜାଣିନଥିଲେ। ମାତ୍ର ସେଠାରେ ଉପସ୍ଥିତ କେତେକ ସ୍ଥାନୀୟ ଲୋକଙ୍କ ସହାୟତାରେ କୌଣସି ପ୍ରକାରେ ସେମାନଙ୍କ ମଧ୍ୟରୁ ୨ ଛାତ୍ରୀ ଓ ଜଣେ ଛାତ୍ର ରକ୍ଷାପାଇ ଯାଇଥିବା ବେଳେ ମନିକା ଓ ସନ୍ଦିପ ଜଳ ସ୍ରୋତରେ ଭାସି ଯାଇଥିଲେ। ସେଠାରେ ମୋବାଇଲ ନେଟ୍ୱାର୍କ ନ ଥିବାରୁ କେତେକ ସ୍ଥାନୀୟ ଲୋକ ଓ ଡାକ୍ତରୀ ଯାତ୍ରମାନେ କିଛି ବାଟ ଆସି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଯୁଯୋମୁରା ଥାନା ପୋଲିସ ଅଗ୍ନିଶମ ବାହିନୀ ସହିତ ଘଟଣାସ୍ଥଳରେ ପହଂଚି ବହୁ ଖୋଜାଖୋଜି ପରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଭାସିଯାଇଥିବା ଉଭୟ ଛାତ୍ରୀ ଓ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଏହାବାଦ ତୁରୁନ୍ତ ସେମାନଙ୍କ ମୃତଦେହକୁ ଭିମସାରର ପଠାଇ ଦିଆଯାଇଥିଲା। ଭିମସାରର କର୍ତୃପକ୍ଷ ସେମା ପରିବାର ଲୋକଙ୍କୁ ଖବର ଦିଆଯାଇଛି। ପରିବାର ଲୋକେ ଆସିବା ପରେ ରବିବାର ସେମାନଙ୍କ ଶବ ବ୍ୟବଛେଦ କରାଯିବ। ଅପରପକ୍ଷରେ ଏଭଳି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସମ୍ବଲପୁର ସଦର ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା, ଭିମସାରର ଅଧିକ୍ଷକ ଡା. ଲାଲ ମୋହନ ନାଏକ ଓ ଡିନ୍ ତଥା ଅଧ୍ୟକ୍ଷ ଡା. ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ।

କେବଳ ସମ୍ବଲପୁର ଜିଲ୍ଲା ନୁହେଁ ବରଂ ସମଗ୍ର ପଶ୍ଚିମ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଦେବଝରଣକୁ ପ୍ରତ୍‌ଯେହ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏଠାରେ ଥିବା ଜଳ ପ୍ରପାତ ଓ ବିସ୍ତୀର୍ଣ୍ଣ ଜଳରାଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଶୀତଋତୁ ବା ବଣଭୋଜି ଋତୁରେ ଲୋକଙ୍କ ଭିଡ଼ ଯୋଗୁଁ ବଣଭୋଜି କରିବାକୁ ସ୍ଥାନାଭାବ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏଭଳି ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଜିଲ୍ଲା ପ୍ରଶାସନର ଅଣଦେଖା ନୀତିକୁ ସମ୍ପ୍ରତି ପର୍ଯ୍‌ଯଟକ ମହଲ ନାପସନ୍ଦ କରିବା ସହ ତୀବ୍ର ସମାଲୋଚନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande