ଗଂଜାମ, 26 ଜୁଲାଇ (ହି.ସ.)
ଶେରଗଡ଼ ବ୍ଳକ ଅନ୍ତର୍ଗତ ଧନନ୍ତର ପଞ୍ଚାୟତର ପୂର୍ବତନ ସରପଞ୍ଚ ନିରଞ୍ଜନ ଜେନା ତାଙ୍କ ଘର ସାମନାରେ ଥିବା ପୋଖରୀ ନିକଟରେ ଗତ କାଲି ରାତିରେ ବସି କେତେଜଣ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଅନ୍ଧାରର ସୁଯୋଗ ନେଇ ନଅ ଜଣ ମୁଖା ପିନ୍ଧା ବ୍ୟକ୍ତି ତିନୋଟି ବାଇକରେ ଆସି ବୋମାମାଡ ସହ ଗୁଳି କରିଥିଲେ। ନିରଞ୍ଜନ ଗୁରୁତର ହେବା ସହ ତାଙ୍କ ପୁତୁରା ମନୁ ମଧ୍ୟ ଆହତ ହୋଇଛନ୍ତି। ବୋମାମାଡ ଓ ଗୁଳିକାଣ୍ଡ ପରେ ଦୁର୍ବୁଦ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଆହତ ନିରଞ୍ଜନଙ୍କୁ ସ୍ଥାନୀୟ ଲୋକେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗଞ୍ଜାମ ଜିଲ୍ଲା ଏସପି, ଆସିକା ଏସଡିପିଓ, ହିଞ୍ଜିଳିକାଟୁ ଆଇଆଇସି, ଶେରଗଡ଼ ଏଏସଆଇ ଘଟଣା ସ୍ଥଳକୁ ଆସି ତଦନ୍ତ କରୁଛନ୍ତି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ