ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) - ଟେକ୍ସଟାଇଲ ଓ ଆପାରେଲ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହେବ ଓଡ଼ିଶା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏକ୍ସରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଓଡ଼ିଶା ଟେକ୍ସ- ୨୦୨୫ରେ ସମ୍ବଲପୁର ଓ ଗଞ୍ଜାମରେ ଆପାରେଲ୍ ପାର୍କ, କେନ୍ଦୁଝର, ବଲାଙ୍ଗୀର ଓ ଜଗତସିଂହପୁରରେ ଟେକ୍ସଟାଇଲ ପାର୍କ ଓ କଟକରେ ଫୁଟୱେର ପାର୍କ ପ୍ରକଳ୍ପର ଶୁଭାରମ୍ଭ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି ।
ଓଡ଼ିଶାର ଟେକ୍ସଟାଇଲ୍ ଓ ପୋଷାକ ଶିଳ୍ପ କେବଳ ଆମ ଆର୍ôଥକ ପ୍ରଗତିର ସୂତ୍ରଧର ନୁହେଁ ବରଂ ଆମ ସଂସ୍କୃତି, ଇତିହାସ ଓ ଅସ୍ମିତାର ଅବିଚ୍ଛେଦ୍ୟ ଅଙ୍ଗ । ସମ୍ବଲପୁରରେ ଆପାରେଲ୍ ପାର୍କ ସ୍ଥାପନା ହେବା ଦ୍ୱାରା ବୟନ ଶିଳ୍ପ କ୍ଷେତ୍ରରେ ସମ୍ବଲପୁର ସମଗ୍ର ବିଶ୍ୱରେ ନୂଆ ପରିଚୟ ତିଆରି କରିବ । ପାର୍କର ପ୍ରତିଷ୍ଠା ଆଞ୍ଚଳିକ ଆର୍ôଥକ ସମୃଦ୍ଧି ଏବଂ ଦୀର୍ଘକାଳୀନ ବିକାଶରେ ଯୋଗଦାନ ଦେବ ।
ସମ୍ବଲପୁର ହେଉଛି ବୁଣାକାରଙ୍କ ସହର । ଏହି ଆପାରେଲ ପ୍ରକଳ୍ପ ଦ୍ୱାରା ବୁଣାକାରମାନଙ୍କ ଆର୍ôଥକ ସ୍ଥିତି ଉନ୍ନତ ହେବା ସହ ସେମାନେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବେ । ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀଙ୍କ ଭୋକାଲ ଫର ଲୋକାଲ ଆହ୍ୱାନ କ୍ରମେ ବିଶ୍ୱ ବଜାରରେ ସମ୍ବଲପୁରୀ ତଥା ପାରମ୍ପରିକ ବସ୍ତ୍ରର ଚାହିଦା ବଢିବ। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ବୁଣାକାରଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପ୍ରୟାସ କରୁଥିବାରୁ ଡବଲ ଇଞ୍ଜିନ ସରକାର ପାଖରେ ମୁଁ କୃତଜ୍ଞ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ