ଦେଶି ମଦ ଚାଲାଣ ବେଳେ ଚଢଉ, ୨ ଗିରଫ
ଜୟପୁର, ୨୬ ଜୁଲାଇ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁଟ୍ରା ଗ୍ରାମର ନରେନ୍ଦ୍ର ବିଷୋୟୀ ଓ ସାନମୁଣ୍ଡା ପଦର ଗ୍ରାମର ଜଣେ ମହିଳା । ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ଖବର ପାଇ
ଦେଶି ମଦ ଚାଲାଣ ବେଳେ ଚଢଉ, ୨ ଗିରଫ


ଜୟପୁର, ୨୬ ଜୁଲାଇ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁଟ୍ରା ଗ୍ରାମର ନରେନ୍ଦ୍ର ବିଷୋୟୀ ଓ ସାନମୁଣ୍ଡା ପଦର ଗ୍ରାମର ଜଣେ ମହିଳା ।

ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରି ଥାନା ପୁଟ୍ରା ଓ ସାନମୁଣ୍ଡା ପଦର ଗ୍ରାମ ରାସ୍ତାରେ ଚଢଉ କରିଥିଲା । ଚଢଉ କରି ଦୁଇ ଅଭିଯୁକ୍ତ ଠାରୁ ୧୭ ଲିଟର ଦେଶି ମଦ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନ ୨ଟାରେ କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande