ଲଗାଣ ବର୍ଷାରେ ଦେଓ ନଦୀର ଜଳସ୍ତର ବୃଦ୍ଧି : କଇଁସାରି ନିକଟ କଲଭର୍ଟ ଉପରେ ୪ ଫୁଟ୍ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ : ଉଦଳା-ବାଲେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ
ବାରିପଦା, ୨୬ ଜୁଲାଇ (ହି.ସ.)- ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ କଇଁସାରି ନିକଟରେ ଥିବା କଲଭର୍ଟ ଉପରେ ଆଜି ପୂର୍ବାହ୍ନରୁ ୪ ଫୁଟ୍ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଦୀର୍ଘ ସମୟ ଧରି ଉଦଳା-ବାଲେଶ୍ୱର ମୁଖ୍ୟ ରାସ
ଲଗାଣ ବର୍ଷାରେ ଦେଓ ନଦୀର ଜଳସ୍ତର ବୃଦ୍ଧି : କଇଁସାରି ନିକଟ କଲଭର୍ଟ ଉପରେ ୪ ଫୁଟ୍ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ : ଉଦଳା-ବାଲେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ


ବାରିପଦା, ୨୬ ଜୁଲାଇ (ହି.ସ.)- ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ କଇଁସାରି ନିକଟରେ ଥିବା କଲଭର୍ଟ ଉପରେ ଆଜି ପୂର୍ବାହ୍ନରୁ ୪ ଫୁଟ୍ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଦୀର୍ଘ ସମୟ ଧରି ଉଦଳା-ବାଲେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande