ନିଃସହାୟଙ୍କୁ ସହାୟତାର ହାତ ବଢ଼ାଇଲା ଗୋପବନ୍ଧୁ ସେବା ସଂଘ
ଭଦ୍ରକ, ୨୬ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ପଂଚାୟତର ଅଗ୍ରଣୀ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସଂଘ ନିଃସହାୟ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି । କେଦାରପୁର ପଂଚାୟତ ଅଧୀନ ଜିତାନଗା ଗ୍ରାମର ଗୋଟିଏ ପରିବାରର ବାପାଙ୍କ ମୃତ୍ୟୁର ବର୍ଷେ ନପୁରୁଣୁ ପୁଅ ପରିବାରକୁ ଛାଡ଼ି ଆରପାରିକୁ
GOPABANDHU SEVA SANGHA SAHAYATA


ଭଦ୍ରକ, ୨୬ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ପଂଚାୟତର ଅଗ୍ରଣୀ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସଂଘ ନିଃସହାୟ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି । କେଦାରପୁର ପଂଚାୟତ ଅଧୀନ ଜିତାନଗା ଗ୍ରାମର ଗୋଟିଏ ପରିବାରର ବାପାଙ୍କ ମୃତ୍ୟୁର ବର୍ଷେ ନପୁରୁଣୁ ପୁଅ ପରିବାରକୁ ଛାଡ଼ି ଆରପାରିକୁ ଚାଲି ଯାଇଛି । ଯାହାଫଳରେ ପରିବାରଟି ନିଃସହାୟ ହୋଇପଡ଼ିଛି । ପରିବାରର ବୃଦ୍ଧା ମା’ ଓ ଝିଅ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୁଅର ମୃତ୍ୟୁ ପରେ କ୍ରିୟାକର୍ମ କରିବା ପାଇଁ ସେମାନଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ । ଖବର ପାଇବା ପରେ ଗୋପବନ୍ଧୁ ସେବା ସଂଘ ନିଃସହାୟ ପରିବାର ପାଖରେ ପହଂଚି ଆର୍ଥିକ ସହାୟତା ସହିତ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ରାଶନ ସାମଗ୍ରୀ ଓ ବସ୍ତ୍ର ପ୍ରଦାନ କରିଛନ୍ତି । ସଂଘର ସଭାପତି ସୋମନାଥ ମହାପାତ୍ର, ଉପସଭାପତି ଦୀପକ ପରଡ଼ିା, ସମ୍ପାଦକ ରବିନ୍ଦ୍ର ପ୍ରଧାନ, ସହସମ୍ପାଦ ନିର୍ମଳ ଦଳେଇ, କୋଷାଧ୍ୟକ୍ଷ ହେମନ୍ତ କୁମାର ମଲିକ, ଉପଦେଷ୍ଟା ସୁଦର୍ଶନ ସାହୁଙ୍କ ସମେତ କର୍ମକର୍ତାମାନେ ସହାୟତା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଜିତାନଗା ଗ୍ରାମର ଶ୍ୟାମସୁନ୍ଦର ମହାନା (୬୫)ଙ୍କର ମୃତ୍ୟୁ ଘଟିଥିଲା । ବାପାଙ୍କ ମୃତ୍ୟୁ ପରେ ପୁଅ ଦୀପକ (୨୫) ପରବାର ପ୍ରତିପୋଷଣ କରିବା ପାଇଁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ଦୀପକ କଟକ ବଡ଼ ଡାକ୍ତରଖାନାରେ ହୃଦଘାତ ଜନିତ ଯୋଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande