ଭୁବନେଶ୍ୱର, 26 ଜୁଲାଇ (ହି.ସ.) ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ କହିଛନ୍ତି, ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, କବି, ସାରସତ୍ଵ ସାଧକ ତଥା ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। 'ଆଲେଖିକା', 'କାଳିଜାଇ', 'ଚୟନିକା' ଭଳି ତାଙ୍କ ସୃଜନ ସୃଷ୍ଟିରେ ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ। ସାହିତ୍ୟ, ଶିକ୍ଷା ଏବଂ ସମାଜ ସଂସ୍କାର କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ