ଟାଟା ପାୱାରକୁ ବିଦ୍ୟୁତ୍ ଯୋଗାଣ ଦାୟିତ୍ୱ ଦେଇ ଅଚିନ୍ତା ନିଦ୍ରାରେ ସରକାର, ବିଦ୍ୟୁତ୍ ଯୋଗାଣରେ ଟାଟା ପାୱାରର ବିଫଳତା : ବିଦ୍ୟୁତ୍ କାଟ୍ ଓ ଅର୍ଥ ଶୋଷଣ ଅଭିଯୋଗ
ସମ୍ବଲପୁର, ୨୬ ଜୁଲାଇ (ହି.ସ.)- ରାଜ୍ଯରେ ଡବଲ ଇଂଜିନ ସରକାର ଦାୟିତ୍ୱ ନେବା ପରେ ସରକାର ଜନତାଙ୍କୁ ବିଭିନ୍ନ ଯୋଜନାରେ ସୁବିଧା ଯୋଗାଇବା ପାଇଁ ପ୍ରତିବଦ୍ଧ l ସୁଲଭ ମୂଲ୍ୟରେ ରାସନ, ପେଟ୍ରୋଲ, ଖାଇବା ତେଲ, ରାସ୍ତାଘାଟ, ପାନୀୟଜଳ ତଥା ବିଦ୍ୟୁତ୍ ଯୋଗାଣ l ମାତ୍ର ସରକାର ଡିଣ୍ଡିମ ପିଟି ଆସୁଥିବା କୈଣ
ଟାଟା ପାୱାରକୁ ବିଦ୍ୟୁତ୍ ଯୋଗାଣ ଦାୟିତ୍ୱ ଦେଇ ଅଚିନ୍ତା ନିଦ୍ରାରେ ସରକାର, ବିଦ୍ୟୁତ୍ ଯୋଗାଣରେ ଟାଟା ପାୱାରର ବିଫଳତା : ବିଦ୍ୟୁତ୍ କାଟ୍ ଓ ଅର୍ଥ ଶୋଷଣ ଅଭିଯୋଗ


ସମ୍ବଲପୁର, ୨୬ ଜୁଲାଇ (ହି.ସ.)- ରାଜ୍ଯରେ ଡବଲ ଇଂଜିନ ସରକାର ଦାୟିତ୍ୱ ନେବା ପରେ ସରକାର ଜନତାଙ୍କୁ ବିଭିନ୍ନ ଯୋଜନାରେ ସୁବିଧା ଯୋଗାଇବା ପାଇଁ ପ୍ରତିବଦ୍ଧ l ସୁଲଭ ମୂଲ୍ୟରେ ରାସନ, ପେଟ୍ରୋଲ, ଖାଇବା ତେଲ, ରାସ୍ତାଘାଟ, ପାନୀୟଜଳ ତଥା ବିଦ୍ୟୁତ୍ ଯୋଗାଣ l ମାତ୍ର ସରକାର ଡିଣ୍ଡିମ ପିଟି ଆସୁଥିବା କୈଣସି ପ୍ରତିଶ୍ରୁତି ପୂରଣ କରିପାରୁ ନଥିବା ଅସନ୍ତୋଷର କାରଣ ପାଲଟିଛି l ସରକାରଙ୍କ ପ୍ରତିଶ୍ରୁତି ମଧ୍ୟରେ ସବୁଠାରୁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି ବିଦ୍ୟୁତ ଯୋଗାଣ ସମସ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ନେଇ ପ୍ରତ୍ୟେକ ଦିନ ଲୋକେ ନାନା ହଇରାଣ ହରକତ ଭୋଗୁଥିବା ଅଭିଯୋଗ ହେଉଛି । ମୁଖ୍ୟତଃ ପ୍ରବଳ ପବନ ବହିବା, ମୁଷଳଧାରା ବର୍ଷା ଓ ଘଡଘଡି ବିଜୁଳି ମାରିବା ମାତ୍ରେ ବିଦ୍ୟୁତ୍ କାଟ୍ ହୋଇଥାଏ । ମାତ୍ର ଏଠାରେ ଖରା, ବର୍ଷା, ଶୀତ କାକର ବର୍ଷର ସବୁ ଋତୁଚକ୍ରରେ ଦିନକୁ ୪ ରୁ ୫ ଥର ୩ ରୁ ୪ ଘଣ୍ଟା ପାଇ ବିଦ୍ୟୁତ କାଟ ହେବା କୁଚିଣ୍ଡା ଉପଖଣ୍ଡର ଏକ ବିଶେଷ ପରିଚୟ ହୋଇସାରିଛି । ବିଭିନ୍ନ ସମୟରେ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରୁଥିବା ବେଳେ ସରକାରଙ୍କ ନିର୍ଦେଶ କ୍ରମେ ଯେଉଁ ଗରିବ ପରିବାର ଲାଇନ ବିଲ ଦେଇ ନପାରୁଛି ତାଙ୍କୁ ବିଦ୍ୟୁତ ବିଲ ନ ମଗାଯିବା ପାଇଁ କୁହାଯାଉଥିବା ବେଳେ ଏଠିକାର ଅଧିକାରୀ ତାଙ୍କୁ ଜୋର ଜବରଦସ୍ତ ବିଲ ମାଗୁଥିବା ଅଭିଯୋଗ ହେଉଛି l ଏଠି ଅନେକ ସମୟରେ ବିଦ୍ୟୁତ ସରାବରାହ ବନ୍ଦ ରହୁଥିବା ବେଳେ ବିଦ୍ୟୁତ ବିଭାଗକୁ ଜଣାଇଲେ ମଧ୍ୟ ବିଦ୍ୟୁତ ବିଭାଗ ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି l

ଗତ କିଛିଦିନ ତଳେ ଜମନକିରା ବ୍ଲକ ଫାଶୀମାଲ ଅଞ୍ଚଳରେ ବିଦ୍ୟୁତ ତାର ଉପରେ ଏକ ଶୁଖିଲା ଗଛ ପଡିବା ଭଳି ଅବସ୍ଥାରେ ଥିବାବେଳେ ବିଦ୍ୟୁତ ବିଭାଗକୁ ଅନେକ ଥର ଜଣାଯିବା ପରେ ମଧ୍ୟ ସେ ତାର ସମାଧାନ କରି ନଥିଲେ l ସେହିପରି ଫାଶୀମାଲ ଅଞ୍ଚଳ ଲିମପଡାରେ ଘଡଘଡି ବର୍ଷା ଯୋଗୁଁ ଲଗାତାର ବିଦ୍ୟୁତ ସରାବରାହ ବନ୍ଦ ରହିଥିବା ବେଳେ ଏହା ମଧ୍ୟ ବିଦ୍ୟୁତ ବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ତତ୍ପରତା ଦେଖାଉ ନଥିଲେ l ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଦ୍ୟୁତ ବିଭାଗ ତରବରିଆ ଭାବରେ ବିଦ୍ୟୁତ ସଂଯୋଗ କରିବା ସହ ଗଛଟିକୁ କାଟିଥିଲେ l ଏହା ଜମନକିରା ଅଞ୍ଚଳ କେବଳ ନୁହଁ ଜମନକିରା, କୁଚିଣ୍ଡା, ବାମରା ବିଭିନ୍ନ ଅଞ୍ଚଳରେ ଏହିସବୁ ଅସୁବିଧା ହେଉଥିଲେ ମଧ୍ୟ ବିଭାଗ ଏହାର କୌଣସି ସମାଧାନ ପାଇଁ ଆଗକୁ ଆସୁନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି l ଗତକାଲି କୁଚିଣ୍ଡା ସଇଡା ୧୧ ନମ୍ବର ୱାର୍ଡରେ ରାତିସାରା ଲାଇନ କଟ ରହିଥିବା ବେଳେ ଅଂଚଳର ବିଭିନ୍ନ ଗ୍ରାମରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା l କୁଚିଣ୍ଡା ଅଂଚଳ ଲାଡମପାଲି ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ସେ ବିଦ୍ୟୁତ ବିଭାଗ ବିଚାରପତିଙ୍କୁ ଫୋନ କରି ବୁଝିବାରୁ ୩୩ କେଭି ଫିଡ଼ର୍ସ ବ୍ରେକଡାଉନ ହୋଇଛି ବୋଲି କହି କାଟି ଦେଇଥିଲେ l ଲୋକଙ୍କ ଅଭିଯୋଗ ଯେ ଟୋଲ ଫ୍ରି ନମ୍ବରରେ ହାପ ଭୋଲ୍ଟେଜ ତଥା ଲାଇନ କାଟ ର ଅଭିଯୋଗ ଦିଆଗଲେ ମଧ୍ୟ ବିଭାଗ ପକ୍ଷରୁ ଘଣ୍ଟା ଘଣ୍ଟା ଧରି ସମାଧାନ କରାଯାଉନଥିବା ଅଭିଯୋଗ ହେଉଛି l ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳୁଥିବା ବେଳେ ବିଭାଗ ପକ୍ଷରୁ କିଛି ପ୍ରତିକ୍ରିୟା ନା ପ୍ରତିକାର କରାଯାଉଥିବାରୁ ବିଦ୍ୟୁତ ବିଭାଗ ଉପରେ ଲୋକଙ୍କ ଆକ୍ରୋଶ ବଢୁଛି l ତୁରନ୍ତ ସରକାରଙ୍କ ପକ୍ଷରୁ ଟାଟା ପାୱାର ଅଧିକାରୀଙ୍କୁ ତାଗିଦ କରିବା ସହ ଲୋକଙ୍କ ସହ ଆଲୋଚନା ପୂର୍ବକ କିପରି ଭାବରେ ଅଂଚଳରେ ଶାନ୍ତିଶୃଙ୍ଖଳା ଭାବରେ ବିଦ୍ୟୁତ ଯୋଗାଣ ଠିକ ଭାବରେ କରାଯିବା ନେଇ ବିଭିନ୍ନ ଅଞ୍ଚଳରୁ ଦାବି ହୋଇଛି l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande