ଗାନ୍ଧୀନଗର ପଡ଼ା, ( ଗାନ୍ଧୀ କ୍ଲବ୍ ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର
ବଲାଙ୍ଗିର, ୨୬ ଜୁଲାଇ (ହି.ସ.)- ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଆଜି ଗାନ୍ଧୀନଗର ପଡ଼ା ( ଗାନ୍ଧୀ କ୍ଲବ୍ ) ଠାରେ ଅନୁଷ୍ଠିତ ହେଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ମାଗଣା ଔ
ଗାନ୍ଧୀନଗର ପଡ଼ା, ( ଗାନ୍ଧୀ କ୍ଲବ୍ ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର ।

ବଲାଙ୍ଗିର, ୨୬ ଜୁଲାଇ (ହି.ସ.)- ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଆଜି ଗାନ୍ଧୀନଗର ପଡ଼ା ( ଗାନ୍ଧୀ କ୍ଲବ୍ ) ଠାରେ ଅନୁଷ୍ଠିତ ହେଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ ଓ ଡାକ୍ତର ନନ୍ଦ କିଶୋର ପାଢ଼ୀ, ଭୀମଭୋଇ ମେଡିକାଲ କଲେଜର ଡାକ୍ତର ପ୍ରସନ୍ନ ଜିତ୍ ସ୍ୱାଇଁ, ଫିଜିଓ ଥେରପିଷ୍ଟ ସତ୍ୟବ୍ରତ ସାହୁ ଓ ନ୍ୟୁଟ୍ରିସନିଷ୍ଟ ମଧୁମିତା ଲେଙ୍କା ଯୋଗ ଦେଇଥିଲେ ଏବଂ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଓ ଅନୁଶ୍ରୀ ମୁଖାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ଏହି ଶିବିରରେ ସ୍ଥାନୀୟ ଆଶା, ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ ମାନେ ମିଶି ସମସ୍ତ କର୍ମଚାରୀଙ୍କୁ ସ୍ଵାଗତ କରିଥିଲେ ଓ ସହଯୋଗ କରିଥିଲେ ।

ଏହି ସ୍ବାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଡିପିଏଚଓ ଦିବ୍ୟ କିଶୋର ପତି ଓ ଏ ପି ଏମ ରାମାନୁଜ ପଣ୍ଡା ତଦାରଖ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିରରେ ୧୦୨ ରୁ ଉର୍ଦ୍ଧ ବରିଷ୍ଠ ରୋଗୀ ମାଗଣା ସେବା ଲାଭ କରିଥିଲେ। ଉକ୍ତ ସ୍ବାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande