ଟାଙ୍ଗିଆରେ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ, ହତ୍ୟା କରି ପୋଲିସ ପାଖରେ କଲା ଆତ୍ମସମର୍ପଣ
ବୌଦ୍ଧ, ୨୬ ଜୁଲାଇ (ହି.ସ.) - ଘରୋଇ କଳହର କରୁଣ ପରିଣତି । ସ୍ୱାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ । ସ୍ତ୍ରୀକୁ ହାଣି ଥାନା ରେ ସରେଣ୍ଡର କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲା ପୁରୁଣାକଟକ ଥାନା ପଛପଟେ ଥିବା ବସ୍ତି ରେ । ମୃତ ସ୍ତ୍ରୀ ହେଲେ କୁନି ପ୍ରଧାନ । ପତ୍ନୀ ହନ୍ତା ସ୍ୱାମୀ ହେଲେ
ଟାଙ୍ଗିଆରେ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ, ହତ୍ୟା କରି ପୋଲିସ ପାଖରେ କଲା ଆତ୍ମସମର୍ପଣ


ବୌଦ୍ଧ, ୨୬ ଜୁଲାଇ (ହି.ସ.) - ଘରୋଇ କଳହର କରୁଣ ପରିଣତି । ସ୍ୱାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ । ସ୍ତ୍ରୀକୁ ହାଣି ଥାନା ରେ ସରେଣ୍ଡର କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲା ପୁରୁଣାକଟକ ଥାନା ପଛପଟେ ଥିବା ବସ୍ତି ରେ । ମୃତ ସ୍ତ୍ରୀ ହେଲେ କୁନି ପ୍ରଧାନ । ପତ୍ନୀ ହନ୍ତା ସ୍ୱାମୀ ହେଲେ ସାର୍ଜନ ପ୍ରଧାନ। ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଂଚି ତଦନ୍ତ କରୁଛି । ଶୁକ୍ରବାର ରାତିରେ ପୁରୁଣାକଟକ ଥାନା ପଛ ପାଖ ବସ୍ତି ରେ ବସବାସ କରୁଥିବା ସାର୍ଜନ ପ୍ରଧାନ ଓ ତାଙ୍କ ପତ୍ନୀ କୁନି ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ସ୍ୱାମୀ ସାର୍ଜନ ହଠାତ ରାଗିଯାଇ ପତ୍ନୀ ଙ୍କୁ ପାଖରେ ପଡିଥିବା ଟାଙ୍ଗିଆରେ ହାଣି ଦେଇଥିଲେ । ଫଳରେ ପତ୍ନୀ କୁନି ଗୁରୁତର ଆହତ ହୋଇ ତଳେ ପଡି ଯାଇ ଚିତ୍କାର କରିଥିଲେ । ଏହା ଦେଖି ସାର୍ଜନ ସଂଗେ ସଂଗେ ଘରକୁ ତାଲା ପକାଇ ନିକଟରେ ଥିବା ପୋଲିସ ଷ୍ଟେସନ କୁ ଯାଇ ସମସ୍ତ ଘଟଣା କହିବା ସହ ନିଜକୁ ପୋଲିସ ଜିମା ଦେଇଥିଲେ । ପରେ ପୋଲିସ କର୍ମଚାରୀ ମାନେ ଆସି କୁନିଙ୍କୁ ତାଲା ଭାଙ୍ଗି ଘରୁ ଉଦ୍ଧାର କରିବା ସହ ପୋଲିସ ଭ୍ୟାନରେ ପୁରୁଣାକଟକ ହସ୍ପିଟାଲ ନେଇଥିଲେ। ସେଠାରୁ କୁନିଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଅଧିକ ରକ୍ତ ସ୍ରାବ ପାଇଁ କୁନି ଅଧା ରାସ୍ତାରେ ମୃତ୍ୟୁ ବରଣ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଂଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । ସୂଚନାଥାଉକି ଉଭୟ ପ୍ରେମ ବିବାହ କରିଥିବା ବେଳେ ପୁରୁଣାକଟକ ଥାନା ପଛ ପଟେ ଥିବା ବସ୍ତି ରେ ରହୁଥିଲେ ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ କୁମାର ଅଗ୍ରୱାଲା


 rajesh pande