ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୧ଟି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୨୧ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଏହା ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ସର୍ବାଧିକ ୧୮୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୧୭୩.୦ ମି.ମି., ବାରିପଦାରେ ୧୬୩.୪ ମି.ମି., ଜାମଦାରେ ୧୫୮.୦ ମି.ମି., ଶୁଳିଆପଦାରେ ୧୩୯.୦ ମି.ମି., କୁସୁମିରେ ୧୩୧.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ୧୨୯.୮ ମି.ମି., ବଲାଙ୍ଗିର ଜିଲ୍ଲାର ଗୁଡଭେଲାରେ ୧୨୮.୬ ମି.ମି., ମୟୂରଭଞ୍ଜ ଜିଲ୍ଲାର ତିରିଂରେ ୧୨୧.୪ ମି.ମି., ରରୁଆଁରେ ୧୨୦.୦ ମି.ମି., କପ୍ତିପଦାରେ ୧୧୭.୦ ମି.ମି., ଶୁକ୍ରୁଳିରେ ୧୧୨.୦ ମି.ମି. ଏବଂ ରାସଗୋବିନ୍ଦପୁରରେ ୧୦୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ