ସଫଳ ହୋଇ ପାରୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ଜୟପୁର, ୨୬ ଜୁଲାଇ (ହି.ସ.) - ଜୟପୁର ସହରରେ ସଫଳ ହୋଇପାରୁ ନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ୧୧ଟି ପର୍ଯ୍ୟାୟରେ ୩ହଜାର ୬୩୫ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ସେଥିରୁ ଶେଷ ହୋଇଛି ମାତ୍ର ୧ ହଜାର ୯୭୬ ଘର। ୬୯୨ ଜଣ କାମ ଅଧପନ୍ତରିଆ କରି ଛାଡିଛନ୍ତି। ବଳକା ୯୮୫ ହିତାଧିକାରୀ ଘର ନି
ସଫଳ ହୋଇ ପାରୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା


ଜୟପୁର, ୨୬ ଜୁଲାଇ (ହି.ସ.) - ଜୟପୁର ସହରରେ ସଫଳ ହୋଇପାରୁ ନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ୧୧ଟି ପର୍ଯ୍ୟାୟରେ ୩ହଜାର ୬୩୫ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ସେଥିରୁ ଶେଷ ହୋଇଛି ମାତ୍ର ୧ ହଜାର ୯୭୬ ଘର। ୬୯୨ ଜଣ କାମ ଅଧପନ୍ତରିଆ କରି ଛାଡିଛନ୍ତି। ବଳକା ୯୮୫ ହିତାଧିକାରୀ ଘର ନିର୍ମାଣ କାମ ଆରମ୍ଭ ହିଁ କରିନାହାନ୍ତି। ସେଥିରୁ ଅଧିକାପ୍ସଶ ହେଉଛନ୍ତି ଜାଗା ମିଶନରେ ଜାଗା ପାଇଥିବା ହିତାଧିକାରୀ। ବିଭିନ୍ନ କାରଣରୁ ସେମାନେ ଘର ନିର୍ମାଣ ଆରମ୍ଭ କରିନଥିବା ଜଣାପଡିଛି। ଅନ୍ୟପକ୍ଷରେ ସ୍ଥାନୀୟ ଚନ୍ଦନବାଡ ସାହି ନିକଟ ସାଗର କଡରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ସହର କିମ୍ବା ଆଖପାଖରେ ସରକାରୀ ଜାଗା ଦିଆ ଯାଇନଥିବାରୁ ସମସ୍ୟା ହେଉଛି। ନା ସେମାନେ ସେଠାରେ ଘର ନିର୍ମାଣ କରିପାରୁଛନ୍ତି ନା ଅନ୍ୟ ଜାଗାକୁ ଯାଇପାରୁଛନ୍ତି।

ସହରର ଯୋଗ୍ୟ ଗରିବ ପରିବାରଙ୍କୁ ପୌରପାଳିକା ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା। ୨୦୧୭ ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ୩ହଜାର ୬୫୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଛି। ସେଥିରୁ ୧ହଜାର ୯୭୬ ହିତାଧିକାରୀ କାମ ସାରିଛନ୍ତି। କାମ ଅଧାରେ ରଖିଥିବା ୬୯୨ ହିତାଧିକାରୀଙ୍କ ମଧ୍ୟରୁ ୧୪୮ ଜଣ କେବଳ ଗାତ ଖୋଳି ଛାଡିଦେଇଛନ୍ତି। ୧୯୮ ଜଣ ଫାଉଣ୍ଡେସନ ପର୍ଯ୍ୟନ୍ତ ନିର୍ମାଣ କରିଛନ୍ତି। ୧୨୬ ହିତାଧିକାରୀ ଲିନଟାଲ ପର୍ଯ୍ୟନ୍ତ କାମ କରିଛନ୍ତି। ୨୨୦ ଜଣ ଛାତ ପକାଇଥିଲେ ହେଁ ଘର ନିର୍ମାଣ ସାରି ନାହାନ୍ତି। ବଳକା ୯୮୫ ଜଣ ହିତାଧିକରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲେ ହେଁ ସେମାନେ କେଉଁଠି ଘର ନିର୍ମାଣ କରିବେ ଜାଗା ଦେଖାଉନାହାନ୍ତି। ଫଳରେ ଜାଗାର ଜିଓ ଟ୍ୟାଗ ହୋଇପାରିନି। ଏଥିରେ ଅଧିକାପ୍ସଶ ହିତାଧିକାରୀ ହେଉଛନ୍ତି ବସ୍ତିବାସିନ୍ଦା। ଯେଉଁମାନେ ୨୦୧୯ ରେ ଜାଗା ମିଶନରେ ପଟ୍ଟା ପାଇଛନ୍ତି।

ଅନୁସନ୍ଧାନରୁ ଜଣାପଡିଛି, ଘର ନିର୍ମାଣ ଆରମ୍ଭ କରିବାରେ ହିତାଧିକାରୀଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଅତ୍ୟନ୍ତ ଗରିବ ହୋଇଥିବାରୁ ସେମାନେ ଯେଉଁ ଘରେ ରହୁଛନ୍ତି ତାଙ୍କୁ ଭାଙ୍ଗି ନୂଆ ଘର ନିର୍ମାଣ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଘର ଭାଙ୍ଗିଦେଲେ ରହିବେ କେଉଁଠି। ଅଧିକାପ୍ସଶ ଦିନ ମଜୁରିଆ ହୋଇଥିବାରୁ ଘର ଭଡା ନେଇ ସହରରେ ରହିବା କଷ୍ଟକର। ଏଥିସହ ଘର ନିର୍ମାଣ ଆରମ୍ଭରେ ଯେଉଁ ଖର୍ଚ୍ଚ କରିବାକୁ ପଡିବ ତାହା ବହନ କରିବାରେ ସେମାନଙ୍କ ସମର୍ଥ୍ୟ ନାହିଁ। ଏଥିଲାଗି ସେମାନେ ଘର ନିର୍ମାଣ କରିପାରୁନାହାନ୍ତି। ସେହିପରି ସ୍ଥାନୀୟ ଚନ୍ଦନବାଡ ସାହି ନିକଟ ବସ୍ତିରେ ରହୁଥିବା ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି। ସେମାନଙ୍କୁ ସେଠାରୁ ଉଚ୍ଛେଦ କରିବାକୁ ପୌରପାଳିକା ଓ ପ୍ରଶାସନ ନିଷ୍ପତି ନେଇଛନ୍ତି। ସେମାନଙ୍କୁ ଅନ୍ୟ ଏକ ସରକାରୀ ସ୍ଥାନରେ ଥଇଥାନ କରିବାକୁ ଯୋଜନା କରାଯାଇଛି। ଅଥଚ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜାଗା ଦିଆଯାଇନି। ସେମାନଙ୍କୁ କାର୍ଯ୍ୟାଦେଶ ମିଳିଥିଲେ ବି ଘର ନିର୍ମାଣ ଆରମ୍ଭ କରି ପାରୁନାହାନ୍ତି।

ଏନେଇ ବିଭାଗ ତରଫରୁ ବିକଳ୍ପ ବ୍ୟବସ୍ଥା ସଂପର୍କରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଭିନ୍ନ କାରଣରୁ ଅଧିକାପ୍ସଶ ହିତାଧିକାରୀ ଘର ନିର୍ମାଣ ଆରମ୍ଭ କରିନାହାନ୍ତି। ଅଧିକାଂଶ ଗରିବ ପରିବାର ହୋଇଥିବାରୁ ଆର୍ôଥକ ସମସ୍ୟା ରହିଛି। ଆର୍ôଥକ ସମସ୍ୟାର ସମଧାନ ଲାଗି ଯୋଜନା କରାଯାଇଛି। ଅନ୍ୟ ଅସମ୍ପୂର୍ଣ୍ଣ ଘର କାମ କିପରି ଶେଷ ହେବ ସେଥିଲାଗି ଉଦ୍ୟମ କରାଯାଉଛି ବୋଲି ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande