ଜୟପୁର, ୨୬ ଜୁଲାଇ (ହି.ସ.)- ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି ଜୟପୁର ଭିଜିଲାନ୍ସ । ଏନେଇ ଆଜି ଭିଜିଲାନ୍ସ ଏସପି ରବିନ୍ଦ୍ର କୁମାର ପଣ୍ଡା ଭିଜିଲାନ୍ସ କାର୍ଯ୍ୟ। ଳୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତକାଲି ଭିଜିଲାନ୍ସ ଭୁବନେଶ୍ୱର ଓ ଜୟପୁର ସମେତ ୬ଟି ସ୍ଥାନରେ ଚଢଉ କରିଥିଲା । ରାମଚନ୍ଦ୍ର ନେପାକ ବର୍ତମାନ ଜୟପୁର ରେଞ୍ଜର ବନାଞ୍ଚଳ ଅଧିକାରି ଦାୟିତ୍ୱରେ ଥିଲେ । ଆଉ ୬ ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ । ଚଢଉ ସମୟରେ ୧ କୋଟି ୪୩ ଲକ୍ଷ ନଗଦ ଟଙ୍କା, କୋଠା, ୩ଟି ଫ୍ଲାଟ, ୩ଟି ପ୍ଲଟ, ଜମା ଖାତାରେ ୧ କୋଟି ୩୩ ଲକ୍ଷ ଟଙ୍କା, ସୁନା ୧ କେଜି ୫୦୪ ଗ୍ରାମ, ରୁପା ୪ କେଜି ୬୩୭ ଗ୍ରାମ, ୨ଟି ୪ ଚକିଆ ଜାନ ଠାବ କରିଥିଲା ଭିଜିଲାନ୍ସ । ଜୟପୁର ଏନକେଟି ରୋଡ ସ୍ଥିତ ପିଆର ପେଟା ସ୍ଥିତ ଘର ଆପାର୍ଟମେଣ୍ଟ ଓ ସମ୍ବାରତୋଟା ସମେତ ୬ଟି ସ୍ଥାନରେ ଚଢଉ କରିଥିଲା । ଚଢଉ ସମୟରେ ସିକ୍ରେଟ ଚାମ୍ବରରେ ୧ କୋଟି ୪୩ ଲକ୍ଷ ଟଙ୍କା ଠାବ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି