କେନ୍ଦୁଝର, ୨୬ ଜୁଲାଇ (ହି.ସ.)- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ଼ ଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସେନାଧିକାରୀ ଶୁଭାଶୀଷ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବରେ ଯୋଗଦେଇ କାରଗିଲ ସମୟରେ ସୈନ୍ୟମାନଙ୍କର କଠିନ ପରିଶ୍ରମର ଜୟଯାତ୍ରା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସେନା ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ ଯୋଗଦେଇ ପିଲାମାନଙ୍କୁ ଦେଶ ସେବାରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ । ବିଦ୍ୟାମନ୍ଦିର ପର୍ଯ୍ୟୟର ପ୍ରମୁଖ ଜଗନ୍ନାଥ ମହାନ୍ତ ସ୍ଵାଗତ ଭାଷଣ ତଥା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଶିଶୁଙ୍କୁ କାରଗିଲ ଯୁଦ୍ଧର ଛାୟାଚିତ୍ର ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁଜୀଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA