କାରଗିଲ ସହିଦ୍ ଓ ବଳଙ୍ଗା ଆରୋଗ୍ୟ ପାଇଁ ଜନଶକ୍ତି ପାର୍ଟିର କ୍ୟାଣ୍ଡେଲ ଯାତ୍ରା
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – କେନ୍ଦ୍ରାପଡା ଜନଶକ୍ତି ପାର୍ଟିର ତିନିମୁହାଣୀ ଶହିଦ ସ୍ତମ୍ଭ ନିକଟରେ ଶହିଦ୍‌ଙ୍କ ଅମର ଆତ୍ମା ଏବଂ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ଶହିଦ୍ ଏବଂ ଦେଶପାଇଁ ସର୍ମପିତ ଆତ୍ମାଙ୍କ ଉଦ୍ଦେଶ୍ୟରେ ତଥା ପୁରୀ ଜିଲ୍ଲାର ବଳଙ୍ଗା ଅଗ୍ନୀରେ ପୋଡିହୋଇ ଦ୍ୱିଲ୍ଲୀରେ ଚିକିତ୍ସିତ
କାରଗିଲ ସହିଦ୍ ଓ ବଳଙ୍ଗା ଆରୋଗ୍ୟ ପାଇଁ ଜନଶକ୍ତି ପାର୍ଟିର କ୍ୟାଣ୍ଡେଲ ଯାତ୍ରା


କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – କେନ୍ଦ୍ରାପଡା ଜନଶକ୍ତି ପାର୍ଟିର ତିନିମୁହାଣୀ ଶହିଦ ସ୍ତମ୍ଭ ନିକଟରେ ଶହିଦ୍‌ଙ୍କ ଅମର ଆତ୍ମା ଏବଂ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ଶହିଦ୍ ଏବଂ ଦେଶପାଇଁ ସର୍ମପିତ ଆତ୍ମାଙ୍କ ଉଦ୍ଦେଶ୍ୟରେ ତଥା ପୁରୀ ଜିଲ୍ଲାର ବଳଙ୍ଗା ଅଗ୍ନୀରେ ପୋଡିହୋଇ ଦ୍ୱିଲ୍ଲୀରେ ଚିକିତ୍ସିତ ହେଉଥିବା ଛାତ୍ରୀର ଆରୋଗ୍ୟ କାମନା କରି ରାଜ୍ୟ ଜନଶକ୍ତି ପାର୍ଟିର୍ ସଭାପତି ବରିଷ୍ଟ ଆଇନଜୀବୀ ପ୍ରଦୀପ ଦାଶଙ୍କ ନେତୃତ୍ୱରେ ମହାଦେବ ସେନା ସଭାପତି ଧନେଶ୍ୱର ଦାସ, ଯାଜପୁର ଜିଲ୍ଲା ପ୍ରଭାରୀ ମନୋଜ ମଲ୍ଲିକ, ମନ୍ମଥ ସାହୁ, ଅଶୋକ ରାଉତ, ଅନନ୍ତ ବେହେରା, ବାବୁଲି ପଣ୍ଡା, ବରିଷ୍ଟ ଆଇନଜୀବୀ ମୋହନ ମହନ୍ତ, ମନୋଜ ବସନ୍ତିଆ, ଅନନ୍ତ ନାୟକ, ନେତା ବସନ୍ତ ଦାସ, ଯୋଗେସ୍ ଚନ୍ଦ୍ର ଦାସ, ସାଗର ଜେନା, ଉଦ୍ଧବ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦେଶ ମାତୃତାର ସେବା କରି ଶହିଦ୍ ହୋଇଥିବା ଜବାନଙ୍କୁ ସର୍ବଦା ମନେରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଓ ଦେଶରକ୍ଷା ନିମନ୍ତେ ଅବଦାନ ଅତୁଳନୀୟ । ଶ୍ରୀ ଦାଶ ଦେଶପାଇଁ ବଳୀଦାନ ଦେଇଥିବା ସୈନିକ ପାଇଁ ସମସ୍ତ ନାଗରିକ ଏହି ଦିନ ମନେରଖିବା କର୍ତବ୍ୟ ସଦୃଶ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande