କାରଗିଲ ବିଜୟ ଦିବସ ପାଳନ
ମାଲକାନଗିରି,୨୬ ଜୁଲାଇ (ହି.ସ.) - ଆଜି ମୋଟୁ ଠାରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି ଏଥିରେ ମାଲକାନଗିରି ବିଧାୟକ ନରସିଂଙ୍ଗ ମାଡକାମି ଏବଂ ଜିଲ୍ଲା ସମ୍ପାଦକ ଭବାନିଶଙ୍କର ମୂଖାର୍ଜୀ,ଜିଲ୍ଲା ଉପ ସଭାପତି ସଫନ ରାୟ, ମାଲକାନଗିରି ବ୍ଲକ ଉପାଧକ୍ଷ ନିରଞ୍ଜନ ହାଲଦାର,କାଲିମେଳା ବିଧାୟକ ପ୍ରତିନିଧି ହରିବ
କାରଗିଲ ବିଜୟ ଦିବସ ପାଳନ


ମାଲକାନଗିରି,୨୬ ଜୁଲାଇ (ହି.ସ.) - ଆଜି ମୋଟୁ ଠାରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି ଏଥିରେ ମାଲକାନଗିରି ବିଧାୟକ ନରସିଂଙ୍ଗ ମାଡକାମି ଏବଂ ଜିଲ୍ଲା ସମ୍ପାଦକ ଭବାନିଶଙ୍କର ମୂଖାର୍ଜୀ,ଜିଲ୍ଲା ଉପ ସଭାପତି ସଫନ ରାୟ, ମାଲକାନଗିରି ବ୍ଲକ ଉପାଧକ୍ଷ ନିରଞ୍ଜନ ହାଲଦାର,କାଲିମେଳା ବିଧାୟକ ପ୍ରତିନିଧି ହରିବିଲାଶ ମଣ୍ଡଳ, ଜିଲ୍ଲା କାର୍ଯ୍ୟକର୍ତା ସମିତିର ହାଲଦାର, ଶ୍ୟାମଲ ଭାଇ, ଭଳା ଭାଇ ଏବଂ ସୋମନାଥ ମାଢ଼ି, ରମେଶ ସୋଡି ଓ ଅନ୍ୟାନ୍ୟ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତା ଭାଇ ଉପସ୍ଥିତ ଥିଲେ । ଏହି ଅବସରରେ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେମାନେ କହିଛନ୍ତି, କାରଗିଲ ଯୁଦ୍ଧରେ ଦୀର୍ଘ ୨ ମାସରୁ ଉର୍ଦ୍ଧ୍ୱ ଲଢେଇ କରି ଆମ ବୀର ସୈନିକମାନେ ପରାକ୍ରମ ଦେଖାଇ ବିଜୟ ବାନା ଉଡେଇଥିଲେ । ଆଜି ଦିନଟି ଆମ ପାଇଁ ଗର୍ବ ଏବଂ ଗୌରବର ଦିନଟିଏ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande