କେନ୍ଦୁଝର, ୨୬ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢ଼େଙ୍କିକୋଟ ଡାକବଙ୍ଗାଳ ପରିସରରେ ୨୬ ତମ କାର୍ଗିଲ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଘଟଗାଁ ବ୍ଲକ୍ ଅବସର ପ୍ରାପ୍ତ ସେନାକର୍ମଚାରୀ ସଂଘ ତରଫରୁ କରାଯାଇଛି । ନିମନ୍ତ୍ରିତ ହୋଇ ଜିଲା ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର, ବରିଷ୍ଠ ନାଗରିକ ବୈଲୋଚନ ବେହେରା, ଶରତ ଚନ୍ଦ୍ର ସାହୁ, ପ୍ରଫୁଲ ସିଂହ, ସେକ ଫଜୁଲ୍ କରିମ,ସେକ ଜାବେର୍ ଓ ଢ଼େଙ୍କିକୋଟ ର ଗଣମାଧ୍ୟମ ପ୍ରତିନିଧି ସଞ୍ଜୟ କୁମାର ସାହୁ, କବିନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଦିବଗଂତ ସେନା କର୍ମଚାରୀ କଂ ଉଦ୍ୱେଶ୍ୟ ରେ ଦୀପ ପ୍ରଜ୍ୱଳନ କରାଯାଇଥିଲା ଓ ପରେ ତାକଂର ଅମରଆତ୍ମା ଶାନ୍ତି ପାଇଁ ନିରବ ପ୍ରାଥନା କରାଯାଇଥିଲା । ନିମନ୍ତ୍ରିତ ଅତିଥି ମାନେ କାର୍ଗିଲ୍ ଯୁଧ୍ୟ ରେ ସହିଦ ହୋଇଥିବା ବୀର ଯବାନ ମାନକଂର ସ୍ମୁତୀ ଚାରଣ କରିଥିଲେ ଓ କାର୍ଗିଲ ଦେଶ ମାତୃକା ପକ୍ଷଇଁ ବଳିଦାନ,ତ୍ୟାଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ସେନା କର୍ମଚାରୀ ସଂଘ ର ସଭାପତି ଯଦୁମଣି ବେହେରା, ଉପ ସଭାପତି ଭେଟେରାନ ବଳଭଦ୍ର ମହାକୁଡ଼. ଭୋଳାନାଥ ମହାନ୍ତ, ସମ୍ପାଦକ ଦିଲ୍ଲିପ ବେଜ,କୋସାଧକ୍ଷ ମନ୍ମଥ ପ୍ରଧାନ, ମାନ ଭଞ୍ଜନ ଦାସ୍, ଦୋଳ ଗୋବିନ୍ଦ ପଣ୍ଡା, ଅଙ୍ଗଦ ମହାନ୍ତ,କୀର୍ତନ ମହାନ୍ତ, ବୈକୁଣ୍ଠ ମହାନ୍ତ, ରମେଶ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA