କେନ୍ଦ୍ର ସରକାରଙ୍କ ମେରା ଭାରତ ତରଫରୁ କାରଗିଲ ବିଜୟ ଦିବସ କାର୍ଯ୍ୟକ୍ରମ
Kargil vijaya diwash by my bharat
ଫୋଟ


କନ୍ଧମାଳ, ୨୬ ଜୁଲାଇ (ହି.ସ.)- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମେରା ଭାରତ ଫୁଲବାଣୀ ତରଫରୁ ବି ଇ ଡି କଲେଜ୍ ଫୁଲବାଣୀଠାରେ କାରଗିଲ ବିଜୟ ଦିବସ କାର୍ଯ କ୍ରମ ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସପ୍ରାପ୍ତ ଅlର୍ମୀ ଅଧିକାରୀ ପ୍ରଦୀପ କୁମାର୍ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଟାଉନ ଥାନା ଅଧିକାରୀ ରାଧାକୃଷ୍ଣ ପାତ୍ର, ଦୀପିକା ପ୍ରଧାନ, ବି ଇ ଡି କଲେଜ୍ ର୍ ଅଧକ୍ଷ ମଧୂପ ସୁନା, ସି ଟି କଲେଜ ର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର, ବି ଇ ଡି କଲେଜ୍ ର ଅଧ୍ୟାପକ ଦୋଳ ଗୋବିନ୍ଦ ସାହୁ, ଅକ୍ଷୟ କୁମାର ସ୍ବାଇଁ, ଅଭିଷେକ ପ୍ରଧାନ, ଖେଳ ଶିକ୍ଷକ ଅମୁଲ୍ୟ ସାହୁ ଏବଂ ମାଇ ଭାରତ ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି ଦିବସରେ ୧୯୧୯ ଭାରତ ଓ ପାକିସ୍ତାନ କାରଗିଲ ଯୁଦ୍ଧ ବିଷୟରେ ଆଲଚନା ମୁଖ୍ୟ ବିଷୟ ବସ୍ତୁ ଥିଲା l ଏହି ଦିବସରେ ଏକ ପଦଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରଦ୍ଧା ସୁମନ ବାରିକ ପ୍ରଥମ, ପ୍ରକାଶ ମଲ୍ଲିକ ଦ୍ୱିତୀୟ, ହରିବୋଲ ତାଣ୍ଡି ତୃତୀୟ ସ୍ଥାନ ଅଧିକାର କରିଥିଲେ। ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l ବକୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l

ବୈଠକରେ ମେରେ ଭାରତ କନ୍ଧମାଳର ସହ କର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ଅକ୍ଷୟ କୁମାର୍ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande