କର୍ମକ୍ଷେତ୍ରରେ ମାନସିକ ଚାପ ପ୍ରବନ୍ଧନ ଉପରେ କର୍ମଶାଳା
ବାରିପଦା, ୨୬ ଜୁଲାଇ (ହି.ସ.) - ଚାକିରୀ କରି ଆତ୍ମନିର୍ଭରଶୀଳ ହେବା ଆଶାରେ ଆଜିର ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବାପାଇଁ ଅହରହ କଠିନ ପରିଶ୍ରମ କରିଚାଲିଛନ୍ତି । ଚାକିରୀ ପାଇବା ପାଇଁ ବା ଚାକିରୀ କରିବାବେଳେ ସେମାନେ ବହୁ ସମୟରେ ମାନସିକ ଚାପର ଶିକାର ହେଉଛନ୍ତି । ଏହି ପର
Karmakshetrare manasika chapa


ବାରିପଦା, ୨୬ ଜୁଲାଇ (ହି.ସ.) - ଚାକିରୀ କରି ଆତ୍ମନିର୍ଭରଶୀଳ ହେବା ଆଶାରେ ଆଜିର ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବାପାଇଁ ଅହରହ କଠିନ ପରିଶ୍ରମ କରିଚାଲିଛନ୍ତି । ଚାକିରୀ ପାଇବା ପାଇଁ ବା ଚାକିରୀ କରିବାବେଳେ ସେମାନେ ବହୁ ସମୟରେ ମାନସିକ ଚାପର ଶିକାର ହେଉଛନ୍ତି । ଏହି ପରିପେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦା ଆନୁକୂଲ୍ୟରେ ନିଡ଼ସ ଏଜୁକେସନରେ ତାଲିମ ନେଉଥିବା ଯୁବକ ଯୁବତୀ ମାନଙ୍କୁ ନେଇ କର୍ମକ୍ଷେତ୍ରରେ ମାନସିକ ଚାପ ପ୍ରବନ୍ଧନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ପର୍ଯ୍ୟବେକ୍ଷକ ଦେବାଶିଷ ପାଇକରାୟ ମାନସିକ ଚାପରୁ ନିଜକୁ ମୁକ୍ତ କରିବାର ଉପାୟମାନ ଆଲୋଚନା କରିଥିଲେ । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର ପ୍ରୋଗ୍ରାମ ଅଫିସର ଡଃ ଜୟସ୍ୱରୂପ ମହାନ୍ତି ସ୍ମୃତିଶକ୍ତି ବଢାଇବା ପାଇଁ ଦିନକୁ ୬ ରୁ ୮ ଘଂଟା ଶୋଇବା ତଥା ନିୟମିତ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଶୀଘ୍ର ରାଗ ଲାଗିଲେ ସଙ୍ଗେସଙ୍ଗେ ୧୦୦ ରୁ ୧ ପର୍ଯ୍ୟନ୍ତ ଓଲଟା ଗଣିବା ପାଇଁ ସାମାଜିକ କର୍ମୀ ସଞ୍ଜୟ ଜେନା ପରାମର୍ଶ ଦେଇଥିଲେ । ଦିନର ପ୍ରଥମ ୪ ଘଂଟା ପାଠ ପଢ଼ିବାର ଉପଯୁକ୍ତ ସମୟ ବୋଲି କହିଥିଲେ । ନିଡ଼ସ ଏଜୁକେସନର ନିର୍ଦ୍ଦେଶକ ଦୀପ୍ତି ପ୍ରକାଶ ବସା, ଶିକ୍ଷାର୍ଥୀ ପରାମର୍ଶଦାତା ଅନୁସୟା ଓ ଆରୟାନ ଇଂଟରନ୍ୟାଶନାଲ ସ୍କୁଲର ନିର୍ଦ୍ଦେଶକ ରାଜୀବ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande