ନାଳରେ ପଡ଼ି ଯୁବକ ମୃତ
ସମ୍ବଲପୁର, ୨୬ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଜୁନାପାଏଁନ୍ ନାଳରେ ମୁହଁମାଡ଼ି ପଡ଼ିଯାଇ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ଦୂତୀଆ ସିଂ(୪୬)। ମିଳିଥିବା ସୂଚନାନୁଯାୟୀ, ଜମନକିରା ଥାନା ଅନ୍ତର୍ଗତ ବଡ଼ ଖଲିଆ ଗାଁର ବାସିନ୍ଦା ଦୂତୀଆ ଶନିବାର ସକାଳ ୭ଟା ରେ
ନାଳରେ ପଡ଼ି ଯୁବକ ମୃତ


ନାଳରେ ପଡ଼ି ଯୁବକ ମୃତ


ସମ୍ବଲପୁର, ୨୬ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଜୁନାପାଏଁନ୍ ନାଳରେ ମୁହଁମାଡ଼ି ପଡ଼ିଯାଇ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ଦୂତୀଆ ସିଂ(୪୬)।

ମିଳିଥିବା ସୂଚନାନୁଯାୟୀ, ଜମନକିରା ଥାନା ଅନ୍ତର୍ଗତ ବଡ଼ ଖଲିଆ ଗାଁର ବାସିନ୍ଦା ଦୂତୀଆ ଶନିବାର ସକାଳ ୭ଟା ରେ ଧାନ ପଲ୍‌ହା ଚେର ଧୋଇ ସଫା କରୁଥିବା ବେଳେ ତାଙ୍କର ମୁଣ୍ଡ ବୁଲାଇ ଦେବାରୁ ଜୁନାପାଏଁନ୍ ନାଳରେ ମୁହଁମାଡ଼ି ହୋଇ ପଡ଼ି ଯାଇଥିଲେ। ଅପର ପାର୍ଶ୍ୱରେ ଧାନ ପଲ୍‌ହା ଧାଡ଼ି ଲଗାଉ ଥିବା ମୃତକଙ୍କ ସ୍ତ୍ରୀ କଳାବତି ଓ ବାପା ଇନ୍ଦ୍ର ସିଂ ପୁଅର ବିଳମ୍ବ ଦେଖି ନାଳ ପର୍ଯ୍ୟନ୍ତ ଯାଇ ଦେଖିବାରୁ ପାଣିରେ ବୁଡ଼ି ମରିଥିବା ଦେଖିଥିଲେ। ଏ ସଂପର୍କ ରେ ପୁଲିସ୍ ସୂଚନା ପାଇ ଘଟଣା ସ୍ଥଳକୁ ପହଂଚି ପାରିପାର୍ଶ୍ୱିକ ତଦନ୍ତ କରି ଶବକୁ ଜବତ୍ ପରେ କୁଚିଣ୍ଡା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। କୁଚିଣ୍ଡା ରେ ଶବ ବ୍ୟବଚ୍ଛେଦ ହେବା ପରେ ବଡ଼ଖଲିଆ ଗାଁ ଶ୍ମଶାନରେ ଶବ ଦାହ କରାଯାଇଥିଲା। ଘରେ ମୃତକଙ୍କ ପିତା, ବିଧବା ପତ୍ନୀ ସମେତ ଅବିବାହିତ ତିନି ଜଣ ପୁଅ ଝିଅ ରହିଛନ୍ତି। ଜିଲ୍ଲା ପ୍ରଶାସନ ମୃତକଙ୍କ ବିଧବା ପତ୍ନୀ ଓ ବିଭିନ୍ନ ସ୍କୁଲ୍ ରେ ପାଠ ପଢୁଥିବା ନାବାଳକ ତିନି ପୁଅ ଝିଅଙ୍କୁ ତୁରନ୍ତ ଆର୍ôଥକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande