ପୁଣି କଳାପଲସର ଆତଙ୍କ, ସ୍ପଷ୍ଟ ଦିବାଲୋକରେ ଦୋକାନରୁ ଝାମ୍ପିନେଲେ ୮୦ ହଜାର
କୋରେଇ,୨୬ ଜୁଲାଇ(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ବଜାରରେ ହାଇସ୍କୁଲ ନିକଟରେ ଅଳତିରି କାଙ୍କଲାପାଟଣା ଗ୍ରାମର ସଦାଶିବ ସାହୁଙ୍କର ଏକ ସାଇକେଲ ଦୋକାନ ଅଛି । ଆଜି ଅପରାହ୍ନ ୨ଟା ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ଏକ କଳା ପଲସରରେ ଆସି ତାଙ୍କ ଦୋକାନ ସମ୍ମୁଖରେ ରଖି ଏକ ଲାଇଟର ମାଗିଥିଲେ ।
ପୁଣି କଳାପଲସର ଆତଙ୍କ, ସ୍ପଷ୍ଟ ଦିବାଲୋକରେ ଦୋକାନରୁ ଝାମ୍ପିନେଲେ ୮୦ ହଜାର


କୋରେଇ,୨୬ ଜୁଲାଇ(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ବଜାରରେ ହାଇସ୍କୁଲ ନିକଟରେ ଅଳତିରି କାଙ୍କଲାପାଟଣା ଗ୍ରାମର ସଦାଶିବ ସାହୁଙ୍କର ଏକ ସାଇକେଲ ଦୋକାନ ଅଛି । ଆଜି ଅପରାହ୍ନ ୨ଟା ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ଏକ କଳା ପଲସରରେ ଆସି ତାଙ୍କ ଦୋକାନ ସମ୍ମୁଖରେ ରଖି ଏକ ଲାଇଟର ମାଗିଥିଲେ । ସଦାଶିବ ଲାଇଟର ଦେବା ପରେ ସେମାନେ ଶହେ ଟଙ୍କିଆ ନୋଟ ଦେଇଥିଲେ । ସଦାଶିବ ୫୦ ଟଙ୍କା ରଖି ୫୦ଟଙ୍କା ପେରସ୍ତ କରିଥିଲେ । ସେ ପୁଣି ଦୁଇଟି ୫୦ଟଙ୍କା ଦେଇ ଏକ ଶହେ ଟଙ୍କିଆ ମାଗିଥିଲେ । ସଦାଶିବ ବ୍ୟାଗ ଖୋଲିବା କ୍ଷଣି ବ୍ୟାଗଟିକୁ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ । ସେହି ବ୍ୟାଗରେ ମୋଟ ୮୦ ହଜାର ଟଙ୍କା ଥିବା ସଦାଶିବ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ସେ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande