ସମ୍ବିଧାନ ମାନସ୍ତମ୍ଭ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) – ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାଜବାଦୀ ପାର୍ଟି ୨୬ ଜୁଲାଇ “ସମ୍ବିଧାନ ମାନସ୍ତମ୍ଭ ପ୍ରତିଷ୍ଠା ଦିବସ” ଭାବରେ ପାଳନ କରିବାବୁ ନିଷ୍ପତି ନେଇଛି। କାରଣ ସ୍ୱାଧୀନତା ପୂର୍ବରୁ ୧୯୦୨ ମସିହା ଆଜିର ଦିନରେ ମହାତ୍ମା ଜ୍ୟୋ
ସମ୍ବିଧାନ ମାନସ୍ତମ୍ଭ ପ୍ରତିଷ୍ଠା ଦିବସ


ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) – ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାଜବାଦୀ ପାର୍ଟି ୨୬ ଜୁଲାଇ “ସମ୍ବିଧାନ ମାନସ୍ତମ୍ଭ ପ୍ରତିଷ୍ଠା ଦିବସ” ଭାବରେ ପାଳନ କରିବାବୁ ନିଷ୍ପତି ନେଇଛି। କାରଣ ସ୍ୱାଧୀନତା ପୂର୍ବରୁ ୧୯୦୨ ମସିହା ଆଜିର ଦିନରେ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଦ୍ୱାରା ପରିକଳ୍ପିତ “ସଂରକ୍ଷଣ’ ତାଙ୍କ କୋହ୍ଲାପୁର ରାଜ୍ୟରେ କୋହ୍ଲାପୁରର ପରମ ସମ୍ମାନନୀୟ ଶ୍ରୀମନ୍ତ ମହାରାଜ ରାଜର୍ଷି ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। ଏହି ଦିନରେ ସଂରକ୍ଷଣ ଦେବାର ଆରମ୍ଭ ହୋଇଥିଲା। ସାମାଜିକ ନ୍ୟାୟ ପାଇଁ ବ୍ୟବସ୍ଥା ଏହିଦିନ ସଂରକ୍ଷଣ ରୂପରେ କାର୍ଯ୍ୟକାରୀ ହୋଇଥିଲା। ଯାହା ପରବର୍ତୀ ସମୟରେ ବାବାସାହେବ ଭୀମରାଓ ଆମ୍ବେଦକରଜୀଙ୍କ ପ୍ରୟାସ ମାଧ୍ୟମରେ ଆମ ସମ୍ବିଧାନରେ ଏକ ସାର୍ବଜନୀନ ଅଧିକାର ଭାବରେ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାର ମୂଳ ଭିତିଭୂମି ପାଲଟିଥିଲା ଏବଂ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠାର ମୌଳିକ ନୀତି ଭାବରେ ପରିଗଣିତ ହେଲା।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଶ୍ରୀଯୁକ୍ତ ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶକ୍ରମେ ୨୬ ଜୁଲାଇ ୨୦୨୫ରେ ସମାଜବାଦୀ ପାର୍ଟିର ସମସ୍ତ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଏବଂ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ “ସମ୍ବିଧାନ ମାନସ୍ତମ୍ଭ ପ୍ରତିଷ୍ଠା ଦିବସ” ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାର୍ଟିର ସାଧାରଣ ସମ୍ପାଦକ ପ୍ରତାପ ବାରିକ, ପାର୍ଟି ପ୍ରବକ୍ତା ପ୍ରଦୀପ ମିଶ୍ର, କୃଷକ ଶାଖା ରାଜ୍ୟ ସଭାପତି ବିଜୟ ବେହେରା, ମହିଳା ଶାଖା ସଭାପତି ପୁଷ୍ପାଞ୍ଜଳି ଦାସ, ନୟାଗଡ଼ ଜିଲ୍ଲା ସଭାପତି ଉଲ୍ଲାସ ବାରିକ, ଯାଜପୁର ଜିଲ୍ଲା ସଭାପତି ଦୀପକ ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରବୀଣ ନାୟକ, ଭୁବନେଶ୍ୱର ଉତର ସଭାପତି ପ୍ରଭାତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସାମାଜିକ ନ୍ୟାୟ ଏବଂ ସମ୍ବିଧାନ ମାନସ୍ତମ୍ଭ ସ୍ଥାପନରେ ଯୋଗଦାନ ଥିବା ମହାପୁରୁଷମାନଙ୍କ ବିଷୟରେ ଆଲୋକପାତ କରିଥିଲେ। ଏହା ପଛରେ ଥିବା ମୂଳ ଉଦ୍ଦେଶ୍ୟ ହେଉଛି ଯେ, “ସମ୍ବିଧାନ-ମାନସ୍ତମ୍ଭ ସର୍ବଦା ପିଡ଼ିଏ-ସମ୍ପ୍ରଦାୟ ପାଇଁ ଆମର ସାମାଜିକ ନ୍ୟାୟର ଶାସନ ପ୍ରତିଷ୍ଠା ପ୍ରଶସ୍ତ କରିବ। ସମ୍ବିଧାନ ବଂଚିଲେ-ସଂରକ୍ଷଣ ବଂଚିବ। ଯେଉଁମାନେ ପୀଡ଼ିତ-ସେମାନେ ପିଡ଼ିଏ। ଜୟ ସମ୍ବିଧାନ-ଜୟ ପିିଡ଼ିଏ, ଜୟ ସମ୍ବିଧାନ-ଜୟ ସଂରକ୍ଷଣ। ସମ୍ବିଧାନ ମାନକ ସ୍ତମ୍ଭ ପ୍ରତିଷ୍ଠା ଦିବସ। ସମ୍ବିଧାନ ମାନକ ସ୍ତମ୍ଭ ସମାଜବାଦୀ ପାର୍ଟି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande