ସରକାରଙ୍କ ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ପାଇଁ ନୂତନ ନିୟମରେ ହଜାର ହଜାର ଚାଷୀ ନିରାଶ
ଗଂଜାମ, 26 ଜୁଲାଇ (ହି.ସ.) ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଂଜିକରଣ କାର୍ଯ୍ୟ ସରକାର ଗତ 19ତାରିଖରୁ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀମାନେ ସରକାରଙ୍କ ନୂତନ ନୀତିନିୟମ ଯୋଗୁଁ ପଂଜିକରଣ କରିବାକୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଫଳରେ ଗଂଜାମ ଜିଲ୍ଲାର ହଜାର ହଜାର ଚାଷ
ସରକାରଙ୍କ ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ପାଇଁ ନୂତନ ନିୟମରେ ହଜାର ହଜାର ଚାଷୀ ନିରାଶ


ଗଂଜାମ, 26 ଜୁଲାଇ (ହି.ସ.)

ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଂଜିକରଣ କାର୍ଯ୍ୟ ସରକାର ଗତ 19ତାରିଖରୁ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀମାନେ ସରକାରଙ୍କ ନୂତନ ନୀତିନିୟମ ଯୋଗୁଁ ପଂଜିକରଣ କରିବାକୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଫଳରେ ଗଂଜାମ ଜିଲ୍ଲାର ହଜାର ହଜାର ଚାଷୀ ପଂଜିକରଣରୁ ବଂଚିତ ହେବା ସମ୍ଭାବନା ସୃଷ୍ଟି ହୋଇଛି।

ହତାଶ ଚାଷୀମାନେ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ, ବିଜେଡି ଓ ଅନ୍ୟ ବାମପନ୍ଥୀ ଦଳମାନଙ୍କ ନେତୃତ୍ୱରେ ଆନ୍ଦୋଳନାତ୍ମକ ପନ୍ଥା ନେବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ସରକାରଙ୍କ ଏହି ନୂତନ ନିୟମ ଫଳରେ ବଡବଡ ଚାଷୀ ବିଶେଷ ଭାବରେ ଲାଭବାନ ହେବେ ଓ ଚାଷ କରୁନଥିବା କେତେକ ବ୍ୟକ୍ତି ଭାଗଚାଷୀ ବୋଲି ନିଜକୁ ସାବ୍ୟସ୍ତ କରି ମଣ୍ଡି ଅର୍ଥ ହାତେଇବା ସମ୍ଭାବନା ଦେଖା ଦେଇଛି । ଏଣୁ ସରକାର ଏହାକୁ ସମୀକ୍ଷା କରି ତୁରନ୍ତ ପୂର୍ବ ବର୍ଷରବିଧି ବିଧାନ ଅନୁଯାୟୀ ପଂଜିକରଣ କରି ବାକୁ ନିର୍ଦ୍ଦେଶ ଦେବାକୁ ଜନଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande