କେନ୍ଦୁଝର, ୨୬ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲାରେ ୭ଟି ବାକି ରହିଯାଇଥିବା ମଣ୍ଡଳ ସଭାପତି ନାମ ଘୋଷଣା କଲା ବିଜେପି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଭଦ୍ରା ସାହି ମଣ୍ଡଳର ସଭାପତି ଭାବେ କ୍ଷୀରୋଦ ଚନ୍ଦ୍ର ମହାନ୍ତ, ବଡ଼ବିଲ ର ପରିମଳ ଚାଟାର୍ଜି, ବାମେବାରୀ ର ସୁପାଇ ଟୋପନୋ, ଭଣ୍ଡା ର ବୀରେନ୍ଦ୍ର କୁମାର ବେହେରା, ଢେଂକିକୋଟ ର ରଞ୍ଜିତ କୁମାର ନାୟକ, ନରଣପୁର ରତିରଞ୍ଜନ ସାହୁ, କେନ୍ଦୁଝର ନଗର ମଣ୍ଡଳ ରୁ ଅସିତ ନନ୍ଦନ ମହାନ୍ତି ଙ୍କୁ ନୂତନ ସଭାପତି ଭାବେ ନାମ ଘୋଷଣା କରାଯାଇଛି।
ଏହି ନୂତନ ସଭାପତି ମାନଙ୍କ ନେତୃତ୍ୱ ରେ ଆଗାମି ଦିନରେ ସଂଗଠନ ଏହି ମଣ୍ଡଳ ଗୁଡିକରେ ସଶକ୍ତ ହେବ ବୋଲି କେନ୍ଦୁଝର ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA