ସୁବର୍ଣ୍ଣପୁର, ୨୬ ଜୁଲାଇ (ହି.ସ.)- ଆଜି ଭୋର ୫ଟା ୩୦ ମିନିଟରେ ଏକ ଅଜଣା ଗାଡ଼ି ଧକ୍କାରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ର ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ପ୍ରତିନିଧି ରାଜ କୁମାର ମାହାଣା (୭୬ ) ଙ୍କ ମୃତ୍ୟୁ ଘଟିଛି।ଚିକିତ୍ସା ନିମନ୍ତେ ତାଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ସେ ବିଗତ ତିନି ମାସ ପୂର୍ବରୁ ଅସୁସ୍ଥତା କାରଣରୁ ବିକାଶ ବରଗଡ଼ ମେଡିକାଲ୍ ରେ ଦୀର୍ଘ ସମୟ ଚିକିତ୍ସିତ ହୋଇ ଜୀବନ ସହ ବହୁ ସଂଘର୍ଷ କରି ସୁସ୍ଥ ହେବା ପରେ ପୁଣି ଏକ ନୂଆ ଜୀବନ ଆରମ୍ଭ କରିଥିଲେ l ତାଙ୍କର ଏହି ଦୁଃଖଦ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ମହଲରେ ଶୋକ ପ୍ରକାଶ ସହିତ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ