ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ଗଣ ଧାରଣା ଦେବ ସୁରକ୍ଷା ମଂଚ
କେନ୍ଦୁଝର, ୨୬ ଜୁଲାଇ (ହି.ସ.) - ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଂଚ ତରଫରୁ ଧରଣୀଧର କଲେଜର ସ୍ୱତନ୍ତ୍ରିତା ରକ୍ଷା କରି ବିଶ୍ୱ ବିଦ୍ୟାଳୟ କୁ ସଂପୂର୍ଣ ରୂପେ ପୃଥକ କରିବା ସହ ବର୍ତମାନର ଓଏସଡି କୁଳପତି ପ୍ରଫେସର ପ୍ରତାପ ମହାନ୍ତିଙ୍କ ବହିଷ୍କାର ଦାବୀ ଦୀର୍ଘଦିନରୁ କରାଯାଇଛି।ଏ ସଂପର୍କରେ
ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ଗଣ ଧାରଣା ଦେବ ସୁରକ୍ଷା ମଂଚ


କେନ୍ଦୁଝର, ୨୬ ଜୁଲାଇ (ହି.ସ.) - ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଂଚ ତରଫରୁ ଧରଣୀଧର କଲେଜର ସ୍ୱତନ୍ତ୍ରିତା ରକ୍ଷା କରି ବିଶ୍ୱ ବିଦ୍ୟାଳୟ କୁ ସଂପୂର୍ଣ ରୂପେ ପୃଥକ କରିବା ସହ ବର୍ତମାନର ଓଏସଡି କୁଳପତି ପ୍ରଫେସର ପ୍ରତାପ ମହାନ୍ତିଙ୍କ ବହିଷ୍କାର ଦାବୀ ଦୀର୍ଘଦିନରୁ କରାଯାଇଛି।ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବାର ଉଦେଶ୍ୟ ରେ ପ୍ରଚାର ପତ୍ର ପତ୍ର ବଣ୍ଟନ କରାଯାଇଛି। ଏତଦ୍ ବ୍ୟତୀତ, ପୂର୍ବ ପୂର୍ବ ରୁ ଏହି ଦାବୀ କୁ ପୂରଣ ପାଇଁ ରାଜ୍ୟପାଳ), ମୁଖ୍ୟମନ୍ତ୍ରୀ,ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ ଓ ସମସ୍ତ ବିଧାୟକଙ୍କୁ ମଧ୍ୟ ସ୍ମାରକ ପତ୍ର ରଛି। ବରିଷ୍ଠ ନାଗରିକ ଓ ପୁରାତନ ଛାତ୍ର ସଂଘ ତରଫ ଦିଆଯାଇଛି। ରଫରୁ ଶୋଭାଯାତ୍ରା ରେ ଯାଇ ଜିଲ୍ଲାପାଳଙ୍କୁ ମଧ୍ୟ ସ୍ମାରକ ପତ୍ର ଦିଆଯାଇଛି। ସାମ୍ବାଦିକ ସମ୍ମିଳା ମ୍ମିଳନୀ ମାଧ୍ୟମରେ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ, ଏସବୁ ସତ୍ୱେ ଏପ୍ରସଙ୍ଗରେ ସରକାର ଙ୍କ ନିଷ୍କ୍ରିୟତା ନିଷ୍କ୍ରି ଓ ଉଦାସୀନତା ପ୍ରତିବାଦରେ ସୁରକ୍ଷା ମଂଚ ତରଫରୁ ଆସନ୍ତା ଜୁଲାଇ ୨୯,୩୦,୩୧ତାରିଖ ତିନି ଦିନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରିବାକୁ ନିଷ୍ପତି ନିଆଯାଇଅଛି। କେନ୍ଦୁଝର ଅସ୍ମିତା ରକ୍ଷା ପାଇଁ ଜିଲ୍ଲା ର ପୁରାତନ ଛାତ୍ର ସଂଘ, ବିଭିନ୍ନ ରାଜନୈତିକ ଦଳ, ବରିଷ୍ଠ ନାଗରିକ ମଂଚ, ସିଟି ଜେନ ଫୋରମ୍‌, ଜନଜାତି ସଂପ୍ରଦାୟ ସାଂସ୍କୃତିକ ସଂଗଠନ, ଯୁବ ଛାତ୍ର ସଂଗଠନ ର ସ୍ୱାଭିମାନୀ ସଦସ୍ୟମାନେ ମାନେ ଏହି ଗଣଧାରଣା ରେ ସାମିଲ ହୋଇ ସଫଳ କରିବା ପାଇଁ ସୁରକ୍ଷା ମଂଚର ଆବାହକ ତଥା କେନ୍ଦୁଝର କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ଚକ୍ରଧର ସାହୁ ନିବେଦନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande