ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି ଗଠନକୁ ନେଇ ଅସନ୍ତୋଷ, କାର୍ଯ୍ୟାଳୟରେ ତାଲା ପକାଇଲେ ପୂର୍ବତନ କମିଟି ସଦସ୍ୟ ଓ ଅବିଭାବକ
ଭଦ୍ରକ, ୨୬ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି ଗଠନକୁ ନେଇ ପୂର୍ବତନ କେତେକ କମିଟି ସଦସ୍ୟ ଓ ଅଭିଭାକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଶନିବାର ପୂର୍ବାହ୍ନରେ ପୂର୍ବତନ କମିଟି ସଦସ୍ୟ ଓ ଅବିଭାବକମାନେ କାର୍ଯ୍ୟାଳୟରେ
TIHIDI SARASWATI SISU VIDYA MANDIRA RE TALA


ଭଦ୍ରକ, ୨୬ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି ଗଠନକୁ ନେଇ ପୂର୍ବତନ କେତେକ କମିଟି ସଦସ୍ୟ ଓ ଅଭିଭାକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଶନିବାର ପୂର୍ବାହ୍ନରେ ପୂର୍ବତନ କମିଟି ସଦସ୍ୟ ଓ ଅବିଭାବକମାନେ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିବା ଜଣା ପଡ଼ିଛି । ନୂତନ ପରିଚାଳନା କମିଟିକୁ ବିରୋଧ କରି ପୂର୍ବତନ କମିଟି ସଦସ୍ୟ ଓ ଅବିଭାବକମାନେ ଶୁକ୍ରବାର ସ୍କୁଲର ପ୍ରଧାନ ଆଚାର୍ଯ୍ୟଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । ବିବରଣୀରୁ ଜଣା ପଡ଼ିଛି ଯେ, ଅଗଷ୍ଟ ୩ତାରିଖରେ ପରିଚାଳନା କମିଟିର କାର୍ଯ୍ୟକାଳ ଅବଧି ଶେଷ ହେବାର ଥିଲା । ଇତି ପୂର୍ବରୁ କମିଟିର କର୍ମକର୍ତା ଓ ସଦସ୍ୟମାନେ ନୂତନ କମିଟି ଗଠନ ପାଇଁ ଶିକ୍ଷା ବିକାଶ ସମିତିକୁ ଅବଗତ କରାଯାଇଥିଲା । ମାତ୍ର ନୂତନ ପରିଚାଳନା କମିଟି ଗଠନ କରାଯିବା ପୂର୍ବରୁ ପୂର୍ବତନ ପରିଚାଳନା କମିଟିର କେତେକ କର୍ମକର୍ତା ଓ ସଦ୍ୟମାନଙ୍କୁ ସୂଚନା ଦିଆ ନଯାଇ ତରବରିଆ ଭାବେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ନୂତନ ପରିଚାଳନା କମିଟି ଗଠନ ସମ୍ପର୍କରେ ଖବର ପାଇବା ପରେ ପୂର୍ବତନ ପରିଚାଳନା କମିଟିର କେତେକ କର୍ମକର୍ତା ଓ ସଦସ୍ୟ ଓ ଅବିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନୂତନ କମିଟି ଗଠନକୁ ପୂର୍ବତନ କମିଟିର କର୍ମକର୍ତା ଓ ସ୍ୱାଗତ କରିଥିବା ବେଳେ ସେମାନଙ୍କ ଅଜ୍ଞାତରେ ପରିଚାଳନା କମିଟି ଗଠନ କରାଯିବା ଯୁକ୍ତିସଂଗତ ନୁହେଁ ବୋଲି ପୂର୍ବତନ କମିଟି ସଦସ୍ୟ ଓ ଅବିଭାବକମାନେ ମତ ଦେଇଛନ୍ତି । ତେବେ ଏ ସମ୍ପର୍କରେ ମତାମତ ପାଇଁ ପ୍ରଧାନ ଆଚାର୍ଯ୍ୟଙ୍କ ସହିତ ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande