ବସ ଧକ୍କାରେ ଦୁଇ ମୃତ
ପଟ୍ଟାମୁଣ୍ଡାଇ, ୨୬ ଜୁଲାଇ (ହି.ସ.)- ବସ ଧକ୍କାରେ ସ୍କୁଟି ଆରୋହିଙ୍କ ସହିତ ଅନ୍ୟ ଜଣେ ମୃତ l ପଟ୍ଟାମୁଣ୍ଡାଇ ବ୍ଳକ ବଳଭଦ୍ରପୁର ପଂଚାୟତର ସରୋଜ ଧଳ ନିଜ ବନ୍ଧୁ ଲମ୍ବୋଦର ପ୍ରଧାନଙ୍କ ସହ ନିଜ ସ୍କୁଟିରେ ଯାଉଥିବା ବେଳେ ମଦନପୁର ଛକରେ ପଟ୍ଟାମୁଣ୍ଡାଇରୁ ରାଜନଗର ଯାଉଥିବା ଏକ ଘରୋଇ ବସ ଧକ୍କା ଦେଇ ୧୦୦ ମ
Bus dhakka are dui mtuta


ପଟ୍ଟାମୁଣ୍ଡାଇ, ୨୬ ଜୁଲାଇ (ହି.ସ.)- ବସ ଧକ୍କାରେ ସ୍କୁଟି ଆରୋହିଙ୍କ ସହିତ ଅନ୍ୟ ଜଣେ ମୃତ l ପଟ୍ଟାମୁଣ୍ଡାଇ ବ୍ଳକ ବଳଭଦ୍ରପୁର ପଂଚାୟତର ସରୋଜ ଧଳ ନିଜ ବନ୍ଧୁ ଲମ୍ବୋଦର ପ୍ରଧାନଙ୍କ ସହ ନିଜ ସ୍କୁଟିରେ ଯାଉଥିବା ବେଳେ ମଦନପୁର ଛକରେ ପଟ୍ଟାମୁଣ୍ଡାଇରୁ ରାଜନଗର ଯାଉଥିବା ଏକ ଘରୋଇ ବସ ଧକ୍କା ଦେଇ ୧୦୦ ମିଟର ଘୋଷାରି ନେଇଥିଲା l ଘଟଣାସ୍ଥଳରେ ସରୋଜଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଲମ୍ବୋଦରଙ୍କ ରାଜନଗର ମେଡିକାଲରେ ମୃତ୍ୟୁ ଘଟିଛି। ଉତ୍ୟକ୍ତ ଲୋକେ ବସ କୁ ଭଙ୍ଗାରୁଜା କରିଛନ୍ତି l ପ୍ରତିବାଦରେ ଉତ୍ୟକ୍ତ ଲୋକେ ପରିବାରଙ୍କୁ ଉଚିତ ନ୍ୟାୟ ଦାବିରେ ମଦନପୁର କଲେଜ ଛକରେ ରାସ୍ତା ଅବରୋଧ କରିଛନ୍ତି l ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande