ଯୋଗ, ଯଜ୍ଞ ଓ ଗୋ ସେବାର ପ୍ରଚାର ପ୍ରସାର ଲାଗି ଆହ୍ୱାନ ଦେଲେ ପତଞ୍ଜଳି ଓଡିଶା ମୁଖ୍ୟ ସୁଧାଂଶୁ ଅଧିକାରୀ
ସୁବର୍ଣ୍ଣପୁର, ୨୬ ଜୁଲାଇ (ହି.ସ.)- ଦୀର୍ଘ ଦୁଇ ଦିନ ଧରି ସୁବର୍ଣପୁର ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭା ଗୃହ ଓ ଫରେଷ୍ଟ ସ୍ମାର୍ଟ୍ ପାର୍କ ଠାରେ ଜିଲ୍ଲା ସ୍ତରୀୟ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ମାଧ୍ୟମରେ ଜିଲ୍ଲାରେ ଥିବା ଯୋଗ ସଂଗଠନକୁ ମଜବୁତ ତଥା ଲୋକ
*ଯୋଗ, ଯଜ୍ଞ ଓ  ଗୋ ସେବା  ର ପ୍ରଚାର ପ୍ରସାର ଲାଗି ଆହ୍ୱାନ  ଦେଲେ ପତଞ୍ଜଳି  ଓଡିଶା ମୁଖ୍ୟ  ସୁଧାଂଶୁ ଅଧିକାରୀ* -


*ଯୋଗ, ଯଜ୍ଞ ଓ  ଗୋ ସେବା  ର ପ୍ରଚାର ପ୍ରସାର ଲାଗି ଆହ୍ୱାନ  ଦେଲେ ପତଞ୍ଜଳି  ଓଡିଶା ମୁଖ୍ୟ  ସୁଧାଂଶୁ ଅଧିକାରୀ* -


*ଯୋଗ, ଯଜ୍ଞ ଓ  ଗୋ ସେବା  ର ପ୍ରଚାର ପ୍ରସାର ଲାଗି ଆହ୍ୱାନ  ଦେଲେ ପତଞ୍ଜଳି  ଓଡିଶା ମୁଖ୍ୟ  ସୁଧାଂଶୁ ଅଧିକାରୀ* -


*ଯୋଗ, ଯଜ୍ଞ ଓ  ଗୋ ସେବା  ର ପ୍ରଚାର ପ୍ରସାର ଲାଗି ଆହ୍ୱାନ  ଦେଲେ ପତଞ୍ଜଳି  ଓଡିଶା ମୁଖ୍ୟ  ସୁଧାଂଶୁ ଅଧିକାରୀ* -


ସୁବର୍ଣ୍ଣପୁର, ୨୬ ଜୁଲାଇ (ହି.ସ.)- ଦୀର୍ଘ ଦୁଇ ଦିନ ଧରି ସୁବର୍ଣପୁର ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭା ଗୃହ ଓ ଫରେଷ୍ଟ ସ୍ମାର୍ଟ୍ ପାର୍କ ଠାରେ ଜିଲ୍ଲା ସ୍ତରୀୟ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ମାଧ୍ୟମରେ ଜିଲ୍ଲାରେ ଥିବା ଯୋଗ ସଂଗଠନକୁ ମଜବୁତ ତଥା ଲୋକାଭିମୁଖୀ କରିବା ସକାଶେ ପତଞ୍ଜଳି ଭାରତ ସ୍ୱାଭିମାନ ଓଡ଼ିଶା ପ୍ରଭାରୀ ସୁଧାଂଶୁ ଅଧିକାରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଥିଲେ l ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲାରେ ଯୋଗ, ଯଜ୍ଞ, ବୈଦିକ ଶିକ୍ଷାର ବିକାଶ ଓ ଗୋ ସେବା ଉପରେ ଗୁରୁତ୍ଵ ଦେଲେ ଭାରତ ବିଶ୍ୱ ଗୁରୁ ହୋଇପାରିବ ବୋଲି କହି ଶ୍ୱାସକୁ ଅନୁଶାସନ ସହ ଗ୍ରହଣ କଲେ ଜୀବନ ପରିବର୍ତ୍ତନ ହୁଏ ବୋଲି କହିଥିଲେ l ସେ ଆହୁରି କହିଥିଲେ ଯେ, ଯୋଗ ହେଉଛି କର୍ମର କୁଶଳତା, ଯୋଗ ପ୍ରାଣାୟମ ଦ୍ବାରା ଦେହ ଓ ମନ ସୁସ୍ଥ ରହେ ଓ ସବୁ କାର୍ଯ୍ଯ କରିବାର ସ୍ପୁହା ମିଳିଥାଏ l ଆମ ଜିଭ ମାତ୍ର ଅଢେଇ ଇଞ୍ଚ କିନ୍ତୁ ତାରି ସ୍ଵାଦ ଓ ମଜା ପାଈଁ ସାରା ଶରୀର ସଜା ପାଏ ବୋଲି ଶ୍ରୀ ଅଧିକାରୀ କହିଥିଲେ l

ଏହି କାର୍ଯ୍ୟକ୍ରମରେ ମହିଳା ରାଜ୍ୟ ପ୍ରଭାରୀ ଜେ . ଗିରିଜା ଦେବୀ, କାର୍ଯ୍ୟକାରିଣୀ ସଦସ୍ୟ ଦେବାଶିଷ ପୁରୋହିତ, ପତଞ୍ଜଳି ଭାରତ ସ୍ୱାଭିମାନ ପ୍ରଭାରୀ ମନୋଜ ପଣ୍ଡା, ପତଞ୍ଜଳି ଯୋଗ ସମିତି ମୁଖ୍ୟ ସତ୍ୟବାନ ମିଶ୍ର, ମହିଳା ସମିତି ପ୍ରଭାରୀ ସେବତୀ ପଟେଲ ଯୋଗ ଦେଇଥିଲେ l ଯୋଗ ଗୁରୁ ମନୋଜ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ସଂଯୋଜକ ରବୀନ୍ଦ୍ର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ l ଗୀତିକାର ପୁରନ୍ଦର ଠେଲାଙ୍କ ଦ୍ଵାରା ଅତିଥି ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା l କାର୍ଯ୍ଯକ୍ରମରେ ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ମହିଳା ଯୋଗ ସମିତିର ସମସ୍ତ ସଦସ୍ୟ ଯୋଗ ଦେଇଥିବା ବେଳେ ବରିଷ୍ଠ ସଦସ୍ୟ ପ୍ରସନ୍ନ କର୍ଣ୍ଣ, ସମ୍ପାଦକ ଶ୍ରିବନ୍ତ ମିଶ୍ର, ମନୋରଞ୍ଜନ ତ୍ରୀପାଠୀ, ରୁକୁଣି ମେହେର, ଦେବ ରଞ୍ଜନ ତ୍ରୀପାଠୀ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande